Odisha Link
Bridging the Missing Links in Odisha

ଆନ୍ଦୋଳନରେ ୧୦୮ କର୍ମଚାରୀ, ଆମ୍ବୁଲାନ୍ସ ଚଳାଇବାକୁ କର୍ତ୍ତୃପକ୍ଷଙ୍କ ନିବେଦନ

ଓଏଲ୍‌ ବ୍ୟୁରୋ: ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ କରିଛନ୍ତି। ସମାନ କାମକୁ ସମାନ ଦରମା ସହ ବିଭିନ୍ନ ଦାବିରେ କର୍ମଚାରୀ ପ୍ରତିବାଦ କରୁଛନ୍ତି। ତେବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ କରିବାକୁ ରୋଗୀ ସେବା ପ୍ରଭାବିତ ଆଶଙ୍କା ରହିଛି। ତେବେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜିପିଏସ୍ ବନ୍ଦ କରି ରୋଗୀ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି। ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ଚେତାବନୀ ଦେଇଛନ୍ତି।

ଅନ୍ୟପଟେ, ୧୦୮ ଆମ୍ବୁଲାନ୍ସ ଚଳାଇବାକୁ ଡ୍ରାଇଭରଙ୍କୁ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି। ୧୦୮ ଆମ୍ବୁଲାନ୍ସର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଭିଡିଓ ବାର୍ତ୍ତା ଜାରି କରି ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଚଳାଇବାକୁ ଅନୁରୋଧ କରିଛନ୍ତି। ଆମ୍ବୁଲାନ୍ସ କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ପହଞ୍ଚିଯାଇଛି। ଦରମା ସମସ୍ୟାର ସମାଧାନ ହୋଇଥିବା ବେଳେ ଗ୍ରାଚ୍ୟୁଟି ଟଙ୍କା ପ୍ରସଙ୍ଗରେ ପୂର୍ବ କମ୍ପାନୀ ସହ କଥା ଚାଲିଛି। ତେଣୁ ନିୟମ ଅନୁଯାୟୀ ଆମ୍ବୁଲାନ୍ସ ଚଳାଇବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଏହାସତ୍ୱେ କୌଣସି କର୍ମଚାରୀ ଆମ୍ବୁଲାନ୍ସ ଚଳାଚଳରେ ଅସୁବିଧା ସୃଷ୍ଟି କଲେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Leave A Reply

Your email address will not be published.