ହ୍ରାସ ହେଉ ମହାପ୍ରସାଦ ଦର, ଗୃହରେ ଦାବି କଲେ ପୁରୀ ବିଧାୟକ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ। ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଶ୍ରୀମନ୍ଦିର ମହାପ୍ରସାଦ ଦର ହ୍ରାସ ପାଇଁ ପୁରୀ ବିଜେଡି ବିଧାୟକ ଦାବି କରିଛନ୍ତି। ବିଧାନସଭାରେ ପୁରୀ ବିଜେଡି ବିଧାୟକ ସୁନୀଲ ମହାନ୍ତି କହିଛନ୍ତି, ଓମ୍ଫେଡ୍ ଘିଅ ବ୍ୟବହାର ନିର୍ଦ୍ଦେଶ ଯାଇଛି, କିନ୍ତୁ ଦାମ୍ ବହୁତ। ମହାସୁଆରଙ୍କ ସହ ଆଲୋଚନା କରି ସବ୍ସିଡିରେ ଘିଅ ଦେବା ଆବଶ୍ୟକ। ଗୃହ କମିଟି ସହ ମହାପ୍ରସାଦ ଉପରେ ଆଲୋଚନା ପାଇଁ ଦାବି କରୁଛି ବୋଲି ଗୃହରେ ବିଜେଡି ବିଧାୟକ ଦାବି କରିଛନ୍ତି।