Odisha Link
Bridging the Missing Links in Odisha

ବଢୁଛି ଗୋଚାଲାଣ ମାମଲା, ସୁରକ୍ଷା ପାଇଁ ସରକାର ଗଠନ କଲେ କମିଟି

ଓଏଲ୍‌ ବ୍ୟୁରୋ: ଆସାମ ପରି ଓଡ଼ିଶାରେ ଗୋ ହତ୍ୟା ବନ୍ଦ ନେଇ ଆସିବ ଆଇନ। ଗୋମାଂସ ଓ ଗୋଚାଲାଣ ବି ବନ୍ଦ ହେବ। ସରକାର ଖୁବଶୀଘ୍ର କଡ଼ା ଆଇନ ସହ ବିଲ୍‌ ଆଣିବାକୁ ବିଚାର କରୁଛନ୍ତି। ଗୋଚାଲାଣ ଓ ଗୋ ହତ୍ୟା ଉପରେ ରୋକ୍‌ ନେଇ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ଆଇନ ମନ୍ତ୍ରୀ କହିଥିବାବେଳେ ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ବଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷକୁ ବର୍ଷ ଗୋ ଚାଲାଣ ମାମଲା ବୃଦ୍ଧି ପାଉଛି।

ଗୋ ଚାଲାଣ ମାମଲା ବୃଦ୍ଧି ପାଉଥିବାବେଳେ ୫ ବର୍ଷରେ ୧୭୮୩ ମାମଲା ରୁଜୁ ହୋଇଛି। ୨୦୧୯ରେ ୧୩୯, ୨୦୨୦ରେ ୨୬୭, ୨୦୨୧ରେ ୩୭୧, ୨୦୨୨ରେ ୩୮୬, ୨୦୨୩ରେ ମାମଲା ସଂଖ୍ୟା ବଢ଼ି ୬୨୩ରେ ପହଞ୍ଚିଛି। ଗୋ ସୁରକ୍ଷା ପାଇଁ ମୋହନ ସରକାର ଆନ୍ତ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି। ଏନେଇ ଗୃହରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଲିଖିତ ଭାବେ ଉତ୍ତର ରଖିଛନ୍ତି।

Leave A Reply

Your email address will not be published.