ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ ବୈଠକ, ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
ଓଏଲ୍ ବ୍ୟୁରୋ: ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ ଜାରି ରହିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ଆଲୋଚନା ଜାରି ରହିଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଛି। ବାରମ୍ବାର ସଂସଦ ଅଧିବେଶନ ମୁଲତବୀ ମଧ୍ୟ ହେଉଛି। ଏସବୁ ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଏନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। କେନ୍ଦ୍ର କ୍ୟାବିନେଟରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହେବା ସହ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ ବୋଲି ସୂଚନା ରହିଛି।