Odisha Link
Bridging the Missing Links in Odisha

୧୦୮ ଆମ୍ବୁଲାନ୍ସ ସେବା ସ୍ୱାଭାବିକ, ଆନ୍ଦୋଳନରୁ ଓହରିଲେ କର୍ମଚାରୀ

ଓଏଲ୍‌ ବ୍ୟୁରୋ: ଆନ୍ଦୋଳନରୁ ଓହରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଆନ୍ଦୋଳନ ବନ୍ଦ ହୋଇଥିବା ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି। ସମାନ କାମକୁ ସମାନ ଦରମା ସହ ବିଭିନ୍ନ ଦାବିରେ କର୍ମଚାରୀ ପ୍ରତିବାଦ କରିଥିଲେ। ପ୍ରତିବାଦ ପରେ କିଛି ଦାବି ମାନିବା ପରେ ଆନ୍ଦୋଳନରୁ ଓହରିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ତେବେ ଆହୁରି କିଛି ବାକି ଥିବା ଦାବି ନେଇ ଆଲୋଚନା ହେବ ବୋଲି ସଂଘ କହିଛି।

ସୂଚନା ଅନୁସାରେ, ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଜିପିଏସ୍ ବନ୍ଦ କରି ରୋଗୀ ସେବା ଯୋଗାଇବେ ବୋଲି ନିଷ୍ପତ୍ତି ନେଇଥିଲେ। ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେବା ପରେ ଆମ୍ବୁଲାନ୍ସ ଚଳାଇବାକୁ ଡ୍ରାଇଭରଙ୍କୁ କର୍ତ୍ତୃପକ୍ଷ ନିବେଦନ କରିଥିଲେ। ୧୦୮ ଆମ୍ବୁଲାନ୍ସର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ ଭିଡିଓ ବାର୍ତ୍ତା ଜାରି କରି ଡ୍ରାଇଭରଙ୍କୁ ଆମ୍ବୁଲାନ୍ସ ଚଳାଇବାକୁ ଅନୁରୋଧ କରିଥିଲେ।

ଆମ୍ବୁଲାନ୍ସ କର୍ମଚାରୀଙ୍କ ଆକାଉଣ୍ଟକୁ ଦରମା ପହଞ୍ଚିଯାଇଛି। ଦରମା ସମସ୍ୟାର ସମାଧାନ ହୋଇଥିବା ବେଳେ ଗ୍ରାଚ୍ୟୁଟି ଟଙ୍କା ପ୍ରସଙ୍ଗରେ ପୂର୍ବ କମ୍ପାନୀ ସହ କଥା ଚାଲିଛି। ତେଣୁ ନିୟମ ଅନୁଯାୟୀ ଆମ୍ବୁଲାନ୍ସ ଚଳାଇବାକୁ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ। ଏହାସତ୍ୱେ କୌଣସି କର୍ମଚାରୀ ଆମ୍ବୁଲାନ୍ସ ଚଳାଚଳରେ ଅସୁବିଧା ସୃଷ୍ଟି କଲେ ତାଙ୍କ ବିରୋଧରେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

Leave A Reply

Your email address will not be published.