Odisha Link
Bridging the Missing Links in Odisha

ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ୍ ମୋହର

ଓଏଲ୍‌ ବ୍ୟୁରୋ: ଏକକ ନିର୍ବାଚନକୁ ନେଇ ଆଉ ପାଦେ ଆଗକୁ ବଢ଼ିଲା କେନ୍ଦ୍ର। କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ ନିୟମ ପାଇଁ ଜୋରଦାର ଉଦ୍ୟମ କରିଛନ୍ତି। ୱାନ୍‌ ନେସନ୍‌ ୱାନ୍‌ ଇଲେକ୍ସନକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ ମିଳିଛି। ପୂର୍ବରୁ ସେପ୍ଟେମ୍ବରରେ କେନ୍ଦ୍ର କ୍ୟାବିନେଟ ବୈଠକରେ ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଥିଲା। ତେବେ ଏନେଇ ସଂସଦର ଶୀତ ଅଧିବେଶନରେ ସରକାର ବିଲ ଆଣିବେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ମୋଦି ସରକାର ପ୍ରାଥମିକତା ଦେଉଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ବିଜେପି ଇସ୍ତାହାରରେ ବିଜେପି ଏହାକୁ ବି ସାମିଲ କରିଥିଲା। ୱାନ୍ ନେସନ୍, ୱାନ୍ ଇଲେକସନକୁ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ କେନ୍ଦ୍ର ସରକାର। କମିଟିର ରିପୋର୍ଟକୁ କ୍ୟାବିନେଟ୍ ମଂଜୁରୀ ବି ମିଳିଛି। ପାର୍ଲାମେଣ୍ଟର ଚଳିତ ଶୀତକାଳୀନ ଅଧିବେଶନରେ ବିଲ୍ ଆଗତ କରିବାକୁ ସରକାର ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି।

ବିଲ୍‌ ଆଇନରେ ପରିଣତ ହେଲେ ଦେଶରେ ଏକାସଙ୍ଗେ ଲୋକସଭା ଓ ବିଧାନସଭାଗୁଡ଼ିକର ନିର୍ବାଚନ ହେବ। ଏକକ ନିର୍ବାଚନ ହେଲେ ଦେଶର ଅର୍ଥନୀତି ମଜବୁତ ହେବ, ଆଇନ ଶୃଙ୍ଖଳା ବଜାୟ ରହିବ, ଦେଶର ବିକାଶ ବଢିବା ସହ କଳାଧନକୁ ବି ରୋକାଯାଇପାରିବ ବୋଲି ବିଜେପି କହୁଛି। ଦେଶରେ ୧୯୫୧ରୁ ୧୯୬୭ ଯାଏଁ ଏକାସଙ୍ଗେ ହେଉଥିଲା ନିର୍ବାଚନ। ୨୦୧୫ରେ ସଂସଦୀୟ ଦଳ କମିଟି ଦେଶରେ ଦୁଇଟି ପର୍ଯ୍ୟାୟରେ ଏକାସଙ୍ଗେ ନିର୍ବାଚନ କରିବାକୁ ପ୍ରସ୍ତାବ ଦେଇଥିଲା। ଏଥିପାଇଁ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଏହି କମିଟି ୬୨ଟି ଛୋଟ ବଡ଼ ରାଜନୈତିକ ଦଳଙ୍କ ସହ ଆଲୋଚନା କରିଥିଲା। ଯେଉଁଥିରୁ ୩୨ଟି ଦଳ ଏହାକୁ ସମର୍ଥନ କରିଥିବା ବେଳେ ୧୫ଟି ଦଳ ବିରୋଧ କରିଥିଲେ।

Leave A Reply

Your email address will not be published.