Odisha Link
Bridging the Missing Links in Odisha

ଭରତପୁର ଥାନା ମାମଲା: ମେଜର ବାନ୍ଧବୀଙ୍କର ହେଲା ପଲିଗ୍ରାଫ ଟେଷ୍ଟ

ଓଏଲ୍‌ ବ୍ୟୁରୋ: ଭରତପୁର ଥାନାରେ ପୁଲିସ ଆର୍ମି ବିବାଦ ମାମଲାର ତଦନ୍ତ ଜାରି ରହିଛି। ଏସବୁ ଭିତରେ ମେଜର ବାନ୍ଧବୀଙ୍କର ପଲିଗ୍ରାଫ ଟେଷ୍ଟ କରାଇଲା କ୍ରାଇମବ୍ରାଞ୍ଚ। ଭୁବନେଶ୍ବର ଏସଏଫଏସଏଲରେ ମେଜର ବାନ୍ଧବୀଙ୍କର ପଲିଗ୍ରାଫ ଟେଷ୍ଟ ସଂପନ୍ନ ହୋଇଛି।

ଆୟପଟେ, ହାଇକୋର୍ଟରେ ପହଂଚିଛି ଭରତପୁର ଥାନା ମାମଲା। ଭରତପୁର ଥାନାରେ ସେନା ଅଫିସର ଏବଂ ପୁଲିସ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଭରତପୁର ଥାନା ବିବାଦ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଥିବାବେଳେ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମେଜର ଓ ତାଙ୍କ ବାନ୍ଧବୀ ଦେଇଥିବା ଏତଲାର ସ୍ଥିତି ଜାଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ପ୍ରତିପକ୍ଷ ସମୟ ନେଇଥିବାବେଳେ ଆସନ୍ତା ଜାନୁଆରୀ ଦ୍ଵିତୀୟ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।