ସଂସଦରେ ସମ୍ବିଧାନ ଚର୍ଚ୍ଚା ଆରମ୍ଭ, ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂହ
ଓଏଲ୍ ବ୍ୟୁରୋ: ଆଜିଠୁ ସଂସଦରେ ସମ୍ବିଧାନ ଚର୍ଚ୍ଚା। ସମ୍ବିଧାନକୁ ସ୍ବୀକାର କରିବାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଲୋକସଭାରେ ଆଜିଠୁ ଦୁଇ ଦିିନିଆ ସମ୍ବିଧାନ ଚର୍ଚ୍ଚା ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଲୋକସଭାରେ ଆଲୋଚନାରେ ଭାଗ ନେବେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ସମ୍ବିଧାନ ଚର୍ଚ୍ଚାର ଆରମ୍ଭ କରିରିଛନ୍ତି। ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚାର ଶୁଭାରମ୍ଭ ଗୃହମନ୍ତ୍ରୀ ଅମିତ ଶାହ କରିବେ। ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦରେ ସମ୍ବିଧାନକୁ ନେଇ ୨ ଦିନିଆ ସ୍ବତନ୍ତ୍ର ଚର୍ଚ୍ଚା ଆରମ୍ଭ ବକ୍ତବ୍ୟ ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସଂସଦ ସୁରକ୍ଷାରେ ବଳିଦାନ ଦେଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।