ବ୍ୟାପୁଛି ମିଳିମିଳା, ବଡ଼ ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ..
ଓଏଲ୍ ବ୍ୟୁରୋ: ମିଳିମିଳା ଏକ ସଂକ୍ରାମକ ରୋଗ। ଯାହା ପେରାମାଇକ୍ସୋବିରିଡ ଭାଇରସ ପାଇଁ ହୋଇଥାଏ। ଟୀକାକରଣ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ପଦକ୍ଷେପ ଦ୍ବାରା ବିଗତ ଏକ ଦଶନ୍ଧି ମଧ୍ୟରେ ମିଳିମିଳା ହାର ଯଥେଷ୍ଟ ହ୍ରାସ ପାଇଛି। କିଛି ଦିନ ହେବ କନ୍ଧମାଳ, ଗଞ୍ଜାମରେ ମିଳିମିଳା ବ୍ୟାପିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। କନ୍ଧମାଳ ରାଇକିଆ ବ୍ଲକ ପାତିଗୁଡ଼ା ଓ ଗଞ୍ଜାମ ସୋରଡ଼ାରେ ସ୍ଥିତି ଅନୁଧ୍ୟାନ କରିବା ପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବଡ ସୂଚନା ଦେଇଛନ୍ତି।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଇକିଆରେ ୩୦ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ପ୍ରାୟ ସୁସ୍ଥ ହେଲଣି। ୫ ଜଣ ଏବେ ବି ମିଳିମିଳା ଆକ୍ରାନ୍ତ ଅଛନ୍ତି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସଂକ୍ରମଣ ରୋକିବାକୁ ଅଞ୍ଚଳରେ କଣ୍ଟେନମେଣ୍ଟ ହୋଇଛି।କୋଭିଡ୍ ପରେ ରୋଗ ପ୍ରତିରୋଧକ ଶକ୍ତି କମିଥିବାରୁ ମିଳିମିଳା ବ୍ୟାପୁଛି। ପୁରୀରୁ ବି ସଂକ୍ରମଣ ମାମଲା ଆସିଛି, ଅନୁଧ୍ୟାନ କରାଯାଉଛି ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।