Odisha Link
Bridging the Missing Links in Odisha

ସଂସଦରେ ହେବ ସମ୍ବିଧାନ ଚର୍ଚ୍ଚା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେବେ ସାମିଲ

ଓଏଲ୍‌ ବ୍ୟୁରୋ: ଆଜିଠୁ ସଂସଦରେ ସମ୍ବିଧାନ ଚର୍ଚ୍ଚା। ସମ୍ବିଧାନକୁ ସ୍ବୀକାର କରିବାର ୭୫ ବର୍ଷ ପୂର୍ତ୍ତୀ ଉପଲକ୍ଷେ ଲୋକସଭାରେ ଆଜିଠୁ ଦୁଇ ଦିିନିଆ ସମ୍ବିଧାନ ଚର୍ଚ୍ଚା ଆରମ୍ଭ ହୋଇଛି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଲୋକସଭାରେ ଆଲୋଚନାରେ ଭାଗ ନେବେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ସମ୍ବିଧାନ ଚର୍ଚ୍ଚାର ଆରମ୍ଭ କରିବେ। ରାଜ୍ୟସଭାରେ ସମ୍ବିଧାନ ଚର୍ଚ୍ଚାର ଶୁଭାରମ୍ଭ ଗୃହମନ୍ତ୍ରୀ ଅମିତ ଶାହ କରିବେ।

ସମ୍ବିଧାନ ଚର୍ଚ୍ଚା ଲୋକସଭାର ପ୍ରଶ୍ନକାଳ ପରେ ଆରମ୍ଭ ହେବ। ଦୁଇ ଦିବସୀୟ ଚର୍ଚ୍ଚା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଣନୀତି ମଧ୍ୟ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଅମିତ ଶାହ, ରାଜନାଥ ସିଂହ ଓ ଜେପି ନଡ୍ଡା ସାମିଲ ଅଛନ୍ତି। ତା ପୂର୍ବରୁ ଅମିତ ଶାହ ସଂସଦ ଭବନରେ ଥିବା ନିଜ କାର୍ଯ୍ୟାଳୟରେ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଓ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବିଜେପିର ବରିଷ୍ଠ ମନ୍ତ୍ରୀଙ୍କ ସହିତ ବୈଠକ କରିଥିଲେ।

ସେହିପରି କଂଗ୍ରେସ ପକ୍ଷରୁ ମଧ୍ୟ ସମ୍ବିଧାନ ଚର୍ଚ୍ଚା ପାଇଁ ପ୍ରସ୍ତୁତି ବୈଠକ କରାଯାଇଛି। ବିପକ୍ଷ ଭାବେ ବିପକ୍ଷ ଦଳର ନେତା ରାହୁଲ ଗାନ୍ଧି ଚର୍ଚ୍ଚାରେ ପ୍ରଥମେ କହିପାରନ୍ତି। ସେହିପରି ନୂତନ ଭାବେ ସାଂସଦ ହୋଇଥିବା ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଆଲୋଚନାରେ ଭାଗ ନେଇ ପାରନ୍ତି।

Leave A Reply

Your email address will not be published.