Odisha Link
Bridging the Missing Links in Odisha

ରାଜ୍ୟସଭା ଉପନିର୍ବାଚନ: ନିର୍ଦ୍ୱନ୍ଦ୍ଵରେ ନିର୍ବାଚିତ ହେଲେ ସୁଜିତ୍ କୁମାର

ଓଏଲ୍‌ ବ୍ୟୁରୋ: ଡିସେମ୍ବର ୨୦ ତାରିଖରେ ଓଡ଼ିଶାର ଗୋଟିଏ ଆସନ ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ଏବେ ଆଉ ହେବ ନାହିଁ। କାରଣ ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଦାଖଲ କରିଥିବା ସୁଜିତ୍ କୁମାର ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ପରେ ସାଂସଦ ସୁଜିତ୍ କୁମାର ପ୍ରତିକ୍ରିୟା ରଖି କହିଛନ୍ତି, ସଂସଦରେ କଳାହାଣ୍ଡି ତଥା ଓଡ଼ିଶା ପ୍ରସଙ୍ଗ ଉଠାଇବେ। ବିଜେଡିରୁ ନେତା ମୁହଁ ଫେରାଇବା ଆରମ୍ଭ କଲେଣି। କଳାହାଣ୍ଡିର ୮୦% ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶି ସାରିଲେଣି। ଆଗାମୀ ଦିନରେ ଅନେକ ନେତା ବିଜେପିରେ ମିଶିବେ। କେଉଁ ବିଜେଡି ରାଜ୍ୟସଭା ସାଂସଦ ଯୋଗାଯୋଗରେ ଅଛନ୍ତି ଜାଣିନି। ସେମାନେ ପାର୍ଟି ସହ ଯୋଗାଯୋଗରେ ଥିବେ ବୋଲି ସୁଜିତ୍ କହିଛନ୍ତି।

ସୂଚନାଥାଉକି, ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଡିସେମ୍ବର ୧୦ ଥିଲା। ଡିସେମ୍ବର ୧୧ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ। ସେହିପରି ଡିସେମ୍ବର ୧୩ ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ରହିଥିଲା। ବିଜେଡି ଛାଡ଼ି ବିଜେପିରେ ମିଶିଥିବା ସୁଜିତ କୁମାରଙ୍କୁ ପୁଣିଥରେ ରାଜ୍ୟସଭା ପଠାଇଛି ଓଡ଼ିଶା ବିଜେପି। ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ନାମାଙ୍କନ ଦାଖଲ କରିଥିଲେ ସୁଜିତ କୁମାର। ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିବାରୁ ସୁଜିତ କୁମାର ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.