Odisha Link
Bridging the Missing Links in Odisha

ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ, ହସ୍ପିଟାଲରେ ଚାଲିଛି ଚିକିତ୍ସା

ଓଏଲ୍‌ ବ୍ୟୁରୋ: ଭାରତୀୟ ଜନତା ପାର୍ଟିର ପିତାମହ ଭୀଷ୍ମ ଭାବେ ପରିଚିତ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଅସୁସ୍ଥ। ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଶନିବାର ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବୟାସାଧିକ କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିବା କୁହାଯାଉଛି।

୧୯୨୭ ନଭେମ୍ବର ୮ରେ ଆଡଭାନୀ ବ୍ରିଟିଶ ଇଣ୍ଡିଆର କରାଚୀରେ ଜନ୍ମଗ୍ରହଣ କରିଥିଲେ। ବର୍ତ୍ତମାନ ତାଙ୍କୁ ୯୭ ବର୍ଷ। ବିଜେପିର ସହ ପ୍ରତିଷ୍ଠାତା ଆଡଭାନୀ ୨୦୦୨ରୁ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଥିଲେ।

Leave A Reply

Your email address will not be published.