Odisha Link
Bridging the Missing Links in Odisha

ପାଠକଙ୍କ ସହ ଭାବ ବିନିମୟ କଲେ ପଦ୍ମଶ୍ରୀ ଇଲେଆନା ଚିତାରିସ୍ତି

ଆତ୍ମଜୀବନୀ "ଗୋଟିଏ ଜୀବନ ଦୁଇ ଜନମ" ସମ୍ପର୍କରେ ଆଲୋଚନା

ଭୁବନେଶ୍ବର: ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମଶ୍ରୀ ଇଲେଆନା ଚିତାରିସ୍ତିଙ୍କୁ ନେଇ ଆଜି ପୁସ୍ତକମେଳାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ପେନ୍‌ ଇନ୍‌ ବୁକ୍ସ ଷ୍ଟଲ୍‌ ନଂ ୯ରେ ଉପସ୍ଥିତ ରହି ଚିତାରିସ୍ତି ନିଜର ସଦ୍ୟ ପ୍ରକାଶିତ ଆତ୍ମଜୀବନୀ “ଗୋଟିଏ ଜୀବନ ଦୁଇ ଜନମ” ସମ୍ପର୍କରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।

ଇତାଲିରେ ଜନ୍ମିତ ଇଲେଆନା ନିଜ ଜୀବନର ନାନାଦି ତିକ୍ତମଧୁର ସ୍ମୃତି ଓ ପାଶ୍ଚାତ୍ୟରୁ ପ୍ରାଚ୍ୟକୁ ଯାତ୍ରା ସମେତ ଓଡ଼ିଶାରେ ରହଣି ସମ୍ପର୍କରେ ନିଜର ୭ ଦଶନ୍ଧିର ଯାତ୍ରା ଏହି ପୁସ୍ତକରେ ବଖାଣିଛନ୍ତି। ପରିବାରିକ ଜୀବନ, ପ୍ରେମ, ଓଡ଼ିଶୀ ପ୍ରତି ଆଗ୍ରହ, ଗୁରୁ କେଳୁଚରଣଙ୍କ ସଂସ୍ପର୍ଶରେ ଆସିବାର ଅନୁଭବ ଓ ପରବର୍ତ୍ତୀ ସମୟରେ ଓଡ଼ିଶାରେ ସ୍ଥାୟୀ ଭାବେ ରହଣି ନେଇ ଲେଖକ ପାଠକଙ୍କ ସହ ଭାବବିନିମୟ କରିଥିଲେ। ଆଗ୍ରହୀ ପାଠକଙ୍କ ପାଇଁ ପୁସ୍ତକରେ ନିଜର ସନ୍ତକ ଦେଇଥିଲେ ଚିତାରିସ୍ତି।

ପୁସ୍ତକର ଅନୁବାଦକ ହିରଣ୍ମୟୀ ମିଶ୍ର ଏହି ସଂଧ୍ୟା ଆସରରେ ଉପସ୍ଥିତ ରହି ଲେଖକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଅନୁବାଦ ବେଳର ଅନୁଭୁତି ବଖାଣିଥିଲେ।

Leave A Reply

Your email address will not be published.