Odisha Link
Bridging the Missing Links in Odisha

ରାଜରାସ୍ତାରେ ଅଙ୍ଗନବାଡି କର୍ମୀ, ସରକାରୀ ମାନ୍ୟତା ଦାବିରେ ଗଣବିକ୍ଷୋଭ

ଓଏଲ୍‌ ବ୍ୟୁରୋ: ବଦଳିଛି ସରକାର, ସରୁନି ଆନ୍ଦୋଳନ। ରାଜ୍ୟରେ ଶାସନଭାର ସମ୍ଭାଳୁଛି ବିଜେପି ସରକାର। ନୂଆ ସରକାର ଲୋକ ମାନଙ୍କ ନୂଆ ଆଶା ହୋଇଥିବାବେଳେ ବିଭିନ୍ନ ଅଭିଯୋଗ ପୁଣି ମୁଣ୍ଡ ଟେକିଲାଣି। କିଛି ଦିନର ବିରତି ପରେ ପୁଣି ଆରମ୍ଭ ହୋଇଛି ଆନ୍ଦୋଳନ। ୯ ମାସ ହେଲା ଦରମା ପାଇନଥିବା ଅଭିଯୋଗରେ ରାଜରାସ୍ତାରେ ଏମବିକେ, ବ୍ୟାଙ୍କ ମିତ୍ର, କୃଷି ମିତ୍ର ଓ ପ୍ରାଣୀ ମିତ୍ର ମହିଳାଙ୍କ ପରେ ରାଜରାସ୍ତାରେ ଅଙ୍ଗନବାଡି କର୍ମୀ ଗର୍ଜନ କରୁଛନ୍ତି। ଲୋୟର ପିଏମ୍‌ଜିରେ ଅଙ୍ଗନବାଡି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବାବେଳେ ସରକାରୀ ମାନ୍ୟତା ଓ ଦରମା ବୃଦ୍ଧି ଦାବିରେ ଗଣବିକ୍ଷୋଭ କରୁଛନ୍ତି। ହଜାରରୁ ଅଧିକ ଅଙ୍ଗନବାଡି କର୍ମୀ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.