ଗଣଧାରଣାରେ ଅଙ୍ଗନବାଡି କର୍ମୀ, ବଡ଼ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ଲୋୟର ପିଏମଜିରେ ଅଙ୍ଗନବାଡି କର୍ମୀଙ୍କ ଗଣଧାରଣା। ସରକାରୀ ମାନ୍ୟତା ସାଙ୍ଗକୁ ଦରମା ବୃଦ୍ଧି ଦାବିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନବାଡି କର୍ମୀ ଓ ସହାୟିକା। ବହିଷ୍କାର ହୋଇଥିବା କର୍ମୀଙ୍କୁ ପୁନଃନିଯୁକ୍ତି, ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଲାଗୁ କରିବା ପାଇଁ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଭୁବନେଶ୍ବର ଲୋୟର ପିଏମ୍ଜିରେ ଅଙ୍ଗନବାଡ଼ି କର୍ମୀଙ୍କ ଗଣବିକ୍ଷୋଭ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ରଖିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୂଆ ସରକାର ଆସିବାର ମାତ୍ର ୬ ମାସ ହୋଇଛି। ପ୍ରଥମେ ସରକାର ସହ ଆଲୋଚନା କରନ୍ତୁ।ଆଲୋଚନା ପରେ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଆସନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା କହିଛନ୍ତି।