Odisha Link
Bridging the Missing Links in Odisha

ନେହେରୁଙ୍କ ଚିଠି ଫେରସ୍ତ ମାଗିଲା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ, ୧୬ ବର୍ଷ ତଳେ ନେଇଥିଲେ ସୋନିଆ ଗାନ୍ଧି

ଓଏଲ୍‌ ବ୍ୟୁରୋ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଚିଠି ଫେରାଇବା ପାଇଁ କଂଗ୍ରେସ ସାଂସଦଙ୍କୁ ଚିଠି ଲେଖିଲା ନମନ୍ତ୍ରୀ ସଂଗ୍ରହାଳୟ ଓ ପୁସ୍ତକାଳୟ ସୋସାଇଟି (PMML)। ବର୍ତ୍ତମାନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ବହୁ ଚିିଠି ଏବେ କଂଗ୍ରେସ ନିକଟରେ ରହିଛି। ଉକ୍ତ ଚିଠିଗୁଡ଼ିକ ଖୁବ୍‌ ଐତିହାସିକ ଗୁରୁତ୍ୱ ବହନ କରୁଥିବା ବେଳେ ପ୍ରାୟ ୧୬ ବର୍ଷ ହେଲାଣି କଂଗ୍ରେସ ତାହାକୁ ଫେରାଇବା ନାଁ ଧରୁନି।। ତେଣୁ ସମସ୍ତ ଚିଠିଗୁଡ଼ିକୁ ଫେରସ୍ତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛି ପିଏମ୍‌ଏମ୍‌ଏଲ୍‌। ଚିଠି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ କିଛି ବି କୁହାଯାଇ ନାହିଁ।

୧୬ ବର୍ଷ ପୂର୍ବେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ନିକଟରେ ଏହି ଚିଠି ଗୁଡ଼ିକ ପହଁଞ୍ଚିଥିଲା। ଡିସେମ୍ବର ୧୦ ତାରିଖରେ ପିଏମ୍‌ଏମ୍‌ଏଲ୍‌ର ସଦସ୍ୟ ରିଜଓ୍ବାନ କାଦରୀଙ୍କ ପକ୍ଷରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ନିକଟକୁ ଚିଠି କରାଯାଇଥିଲା। ସେଥିରେ ଉଲ୍ଲେଖ ରହିଛି ଯେ ପୂର୍ବରୁ ଗତ ସେପ୍ଟେମ୍ବରରେ ସୋନିଆ ଗାନ୍ଧିଙ୍କୁ ବି ଚିଠି ଲେଖାଯାଇଥିଲା। ମାତ୍ର କୌଣସି ପ୍ରତ୍ୟୁତ୍ତର ମିଳିଲା ନାହିଁ। ଏବେ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖି ସୋନିଆଙ୍କ ନିକଟରୁ ଅରିଜିନାଲ ପତ୍ର ଫେରସ୍ତ ପାଇଁ କୁହାଯାଇଛି। ଏହା ସମ୍ଭବ ନ ହେଲେ ଉକ୍ତ ପତ୍ରଗୁଡ଼ିକର ଫଟୋ କପି ଦେବାକୁ କୁହାଯାଇଛି।

ରିଜଓ୍ବାନ କାଦରୀ ଚିଠିରେ ଆହୁରି ଉଲ୍ଲେଖ କରିଛନ୍ତି ଯେ ସମଗ୍ର ଦେଶବାସୀଙ୍କ ନିମନ୍ତେ ଏହି ସବୁ ଚିଠି ଖୁବ୍‌ ଗୁରୁତ୍ୱ ବହନ କରୁଛି। ତେଣୁ ଏହାକୁ ସଂଗ୍ରହାଳୟକୁ ଫେରାଇ ଦେବାକୁ ରାହୁଲ ଗାନ୍ଧିଙ୍କୁ କୁହାଯାଇଛି।

ଜବାହାରଲାଲ ନେହରୁ ମେମୋରିଆଲ ୧୯୭୧ ମସିହାରେ ନେହରୁ ମେମୋରିଆଲ ମ୍ୟୁଜିଅମ ଓ ଲାଇବ୍ରେରି ଅର୍ଥାତ ଏବେକାର ପିଏମ୍‌ଏମ୍‌ଏଲ୍‌କୁ ଏହି ସବୁ ଚିଠି ପ୍ରଦାନ କରିଥିଲା। ୟୁପିଏ ଶାସନ କାଳ ସମୟରେ ୨୦୦୮ ମସିହାରେ ୫୧ ଡବାରେ ଭର୍ତ୍ତି ହୋଇଥିବା ନେହରୁଙ୍କ ଚିଠି ସୋନିଆ ଗାନ୍ଧିଙ୍କୁ ଦିଆଯାଇଥିଲା। ଉକ୍ତ ଚିଠିଗୁଡ଼ିକ ନେହରୁ ମାଉଣ୍ଟବେଣ୍ଟନ, ଅଲବର୍ଟ ଆଇନଷ୍ଟାଇନ୍, ଜୟପ୍ରକାଶ ନାରାୟଣ, ପଦ୍ମଜା ନାୟଡୁ, ବିଜୟାଲକ୍ଷ୍ମୀ ପଣ୍ଡିତଙ୍କ ପରି ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ଏହି ସବୁ ଚିଠି ଲେଖିଥିଲେ।

Leave A Reply

Your email address will not be published.