ବିଜୟ ଦିବସ: ସହିଦଙ୍କ ବଳିଦାନକୁ ସମ୍ମାନ ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଭାରତ-ପାକ୍ ଯୁଦ୍ଧକୁ ବିତିଛି ୫୪ ବର୍ଷ। ୧୯୭୧ ମସିହା ଏହି ଯୁଦ୍ଧରେ ବିଶ୍ୱ ମାନଚିତ୍ରରେ ବାଲାଂଦେଶ ନାମକ ଏକ ଦେଶ ଜନ୍ମ ନେଇଥିଲା। ଏହି ଯୁଦ୍ଧରେ ପାକିସ୍ତାନକୁ ବୃଦ୍ଧି ଶିଖାଇଥିଲା ଭାରତ। ଯୁଦ୍ଧରେ ଶୋଚନୀୟ ପରାଜୟ ବରଣ କରିଥିଲା ଇସଲାମାବାଦ। ପାକିସ୍ତାନର ୯୩ ହଜାର ସୈନ୍ୟ ଭାରତ ଆଗରେ ଆତ୍ମସମର୍ପଣ କରିଥିଲେ। ଏହି ଯୁଦ୍ଧକୁ ପୂରିଛି ୫୪ ବର୍ଷ। ଏଥିପାଇଁ ପ୍ରତ୍ୟେକ ବର୍ଷ ଡିସେମ୍ବର ୧୬କୁ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ରାଷ୍ଟ୍ରପତି, ରାଷ୍ଟ୍ରପତି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଅନେକ ରେକର୍ଡର ମୁକସାକ୍ଷୀ ପାଲଟିଥିଲା। ଯୁଦ୍ଧ ହାରିବା ପରେ ପାକିସ୍ତାନର ୯୩ ହଜାର ସୈନ୍ୟ ଆତ୍ମସମର୍ପଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ କୌଣସି ଦେଶର ଏତେ ସଂଖ୍ୟକ ସୈନ୍ୟଙ୍କ ଆତ୍ମସମର୍ପଣ ବିରଳ ଥିଲା। ଯୁଦ୍ଧର ଆରମ୍ଭ ୩ ଡିସେମ୍ବର ୧୯୭୧ରେ ଆରମ୍ଭ ହୋଇ ୧୬ ତାରିଖ ଯାଏଁ ଚାଲିଥିଲା। ଏହି ଯୁଦ୍ଧକୁ ଫଲ ଅଫ ଢାକା ବି କୁହାଯାଇଥାଏ।