Odisha Link
Bridging the Missing Links in Odisha
Daily Archives

December 17, 2024

୩ ବିଭାଗର ସଚିବ ପଦରୁ ବିଦା ହେଲେ…

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇର ସମନ ପରେ ବିଷ୍ଣୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର। ବିବାଦ ପରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟପଟେ…

ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ହେଲେ…

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। ବିବାଦ ପରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟପଟେ ମନୋଜ କୁମାର ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ…

ପୂର୍ତ୍ତମନ୍ତ୍ରୀଙ୍କ କଡ଼ା ଚେତାବନୀ:…

ଓଏଲ୍‌ ବ୍ୟୁରୋ: ସମୟସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ଆକ୍ସନ ହେବ। କାମର ମାନ ଉପରେ କୌଣସି ସାଲିସ୍ କରାଯିବନି। ଅବହେଳା କଲେ ଆକ୍ସନ ନିଆଯିବ। ଜରିମାନା ଆଦାୟ ସହ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କଡ଼ା ଚେତାବନୀ ଦେଇଛନ୍ତି।…

ବନ୍ଧା ହେଲେ ଲାଞ୍ଚୁଆ ସେକ୍ସନ ଅଫିସର

ଓଏଲ୍‌ ବ୍ୟୁରୋ: ବନ୍ଧା ହେଲେ ସେକ୍ସନ ଅଫିସର। ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଲାଞ୍ଚ ନେବା ଅଭିଯୋଗ ଗିରଫ ହେଲେ ପାପଡାହାଣ୍ଡି ବିଇଓ ଅଫିସରେ କାର୍ଯ୍ୟରତ ସେକ୍ସନ ଅଫିସର ରଂଜିତ କୁମାର ଷଢଙ୍ଗୀ। ଜଣେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପେନଶନ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ମାଗିବାରୁ ରଂଜିତ…

ପୁଲିସ ଆଶାୟୀଙ୍କ ପାଇଁ ବଡ଼ ଖବର: ବୟସ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ ୬ ବର୍ଷ ପରେ କନେଷ୍ଟବଳ/ସିପାହୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିବାଦ ଦେଖା ଦେଇଥିଲା। ବୟସ ସୀମା କୋହଳ ନେଇ ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି ପାଇଁ ବିବାଦ ମଧ୍ୟ ଦେଖା ଦେଇଥିଲା। ବିବାଦ ହାଇକୋର୍ଟରେ ପହଞ୍ଚିଥିଲା। ନିୟମିତ…

ବଡ଼ ଖବର: କେବଳ ଉଚ୍ଚଶିକ୍ଷା ପାଇଁ…

ଓଏଲ୍‌ ବ୍ୟୁରୋ: ଜାତୀୟ ପରୀକ୍ଷା ଏଜେନ୍ସି ବା ଏନଟିଏ କେବଳ ଉଚ୍ଚ ଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷା ପରିଚାଳନା କରିବ ବୋଲି ଜଣା ପଡ଼ିଛି। ବାକି ପ୍ରତି ଯୋଗିତା ମୂଳକ ପରୀକ୍ଷା ଆଉ ଏଥିରେ ସଂପୃକ୍ତ ରହିବ ନାହିଁ। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ସହ ସେ କହିଛନ୍ତି…

ତାଙ୍କ ଦଳ ଭାଙ୍ଗିବ, ଆମେ କ’ଣ…

ଓଏଲ୍‌ ବ୍ୟୁରୋ: ୨୪ ବର୍ଷର ଶାସନ ଗାଦିରୁ ହଟିବା ପରେ ବିଜେଡିର ସ୍ଥିତି କ’ଣ ? ଜଣଙ୍କ ପରେ ଜଣେ ରାଜ୍ୟସଭା ସାଂସଦ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ପରେ ବିଜେଡିର ଭବିଷ୍ୟତ ରାଜନୈତିକ କାର୍ଯ୍ୟପନ୍ଥା କ’ଣ ହେବ ସେନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଏସବୁ ମଧ୍ୟରେ ବିଜେଡିକୁ ବୁଷ୍ଟର ଡୋଜ…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ…

ଓଏଲ୍‌ ବ୍ୟୁରୋ: ୨୦୨୫ ଜୁନ ୨୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ପୁରୀରୁ ଆଜ୍ଞାମାଳ ଆସିବା ପରେ ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ମୂଳ ଗ୍ରାମରେ ବିଜେ କରିଥିବା ପ୍ରସିଦ୍ଧ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଶ୍ରୀମନ୍ଦିରର ବିଧି…

ବିଦ୍ୟାଳୟରେ ୩୦% ବଢ଼ିଛି ମହିଳା…

ଓଏଲ୍‌ ବ୍ୟୁରୋ: ଶିକ୍ଷା ପାଇଁ ବଜେଟ ପ୍ରାବଧାନରେ ବହୁ ଗୁଣ ବଢ଼ିଛି। ୧୦ ବର୍ଷରେ ୮ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ସ୍କୁଲର ସ୍ବଚ୍ଛତା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ୧୦ ବର୍ଷରେ ୮ଟି…

ଏକକ ନିର୍ବାଚନ ବିଲ୍ ପୁନଃ ଆଗତ, ଦିନ ୩ଟା…

ଓଏଲ୍‌ ବ୍ୟୁରୋ: ଲୋକସଭାରେ ଆଗତ ହୋଇଛି ‘ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌’। ଆଜି ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ ଭାବେ ଜଣାଶୁଣା ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକକୁ ଆଗତ କରିଛନ୍ତିି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧେୟକ ଆଗତ ପରେ ଏହା…