ପୁଲିସ ଆଶାୟୀଙ୍କ ପାଇଁ ବଡ଼ ଖବର: ବୟସ ସୀମା କୋହଳ ନିର୍ଦ୍ଦେଶ ଦେଲେ କୋର୍ଟ
ଓଏଲ୍ ବ୍ୟୁରୋ: ଓଡ଼ିଶାର ବିଭିନ୍ନ ବାଟାଲିଅନରେ ୬ ବର୍ଷ ପରେ କନେଷ୍ଟବଳ/ସିପାହୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିବାଦ ଦେଖା ଦେଇଥିଲା। ବୟସ ସୀମା କୋହଳ ନେଇ ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି ପାଇଁ ବିବାଦ ମଧ୍ୟ ଦେଖା ଦେଇଥିଲା। ବିବାଦ ହାଇକୋର୍ଟରେ ପହଞ୍ଚିଥିଲା। ନିୟମିତ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସ କୋହଳ ଆବେଦନ ହୋଇଥିଲା। ଏନେଇ ଶୁଣାଣି ପରେ ବୟସ ସୀମା କୋହଳ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଥିଲା। ୦୭/୧୦/୨୦୨୪ରେ ବାହାରିଥିଲା ନିଯୁକ୍ତି ପାଇଁ ବିଜ୍ଞପ୍ତି। ୪୦୫ଟି ପୁଲିସ ଡ୍ରାଇଭର ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। ୦୧/୦୧/୨୪ ସୁଦ୍ଧା ସର୍ବାଧିକ ବୟସ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାକୁ ନେଇ ବିବାଦ ହୋଇଥିଲା।