Odisha Link
Bridging the Missing Links in Odisha

ପୂର୍ତ୍ତମନ୍ତ୍ରୀଙ୍କ କଡ଼ା ଚେତାବନୀ: ଧାର୍ଯ୍ୟ ସମୟରେ ପ୍ରକଳ୍ପ କାମ ନହେଲେ ମିଳିବ ଦଣ୍ଡ

ଓଏଲ୍‌ ବ୍ୟୁରୋ: ସମୟସୀମା ଭିତରେ କାମ ନ ସାରିଲେ ଠିକାଦାରଙ୍କ ଉପରେ ଆକ୍ସନ ହେବ। କାମର ମାନ ଉପରେ କୌଣସି ସାଲିସ୍ କରାଯିବନି। ଅବହେଳା କଲେ ଆକ୍ସନ ନିଆଯିବ। ଜରିମାନା ଆଦାୟ ସହ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କଡ଼ା ଚେତାବନୀ ଦେଇଛନ୍ତି।

କ୍ୱାଲିଟିରେ କମ୍ପରମାଇଜ ନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ। ପେନାଲଟି ହେବା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ବି କରିବେ ସରକାର। ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ। ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ହୋଇଥିବା ବିସ୍ତୃତ ସମୀକ୍ଷା ବୈଠକରେ ଏନେଇ ନିଷ୍ପତି ନିଆଯାଇଛି।

ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ସମସ୍ତ ଏଜେନସି ଏବଂ ଠିକାଦାର ମାନେ ଉପସ୍ଥିତ ଥିଲେ। ଶହେ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ପ୍ରକଳ୍ପର ସମୀକ୍ଷା ହୋଇଥିଲା। ପ୍ରକଳ୍ପର ସ୍ଥିତି ନେଇ ଆଲୋଚନା ହେବା ସହ ପ୍ରକଳ୍ପ ଶେଷ ସମୟ ସୀମା ମଧ୍ୟ ଧର୍ଯ୍ୟ କରାଯାଇଛି।ଯେଉଁ ପ୍ରକଳ୍ପରେ ସମସ୍ୟା ଅଛି ସେ ନେଇ ଚର୍ଚ୍ଚା ଆଲୋଚନା ହୋଇଛି।

Leave A Reply

Your email address will not be published.