ବନ୍ଧା ହେଲେ ଲାଞ୍ଚୁଆ ସେକ୍ସନ ଅଫିସର
ଓଏଲ୍ ବ୍ୟୁରୋ: ବନ୍ଧା ହେଲେ ସେକ୍ସନ ଅଫିସର। ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ। ଲାଞ୍ଚ ନେବା ଅଭିଯୋଗ ଗିରଫ ହେଲେ ପାପଡାହାଣ୍ଡି ବିଇଓ ଅଫିସରେ କାର୍ଯ୍ୟରତ ସେକ୍ସନ ଅଫିସର ରଂଜିତ କୁମାର ଷଢଙ୍ଗୀ। ଜଣେ ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ପେନଶନ କରାଇଦେବା ପାଇଁ ୧୦ ହଜାର ଲାଞ୍ଚ ମାଗିବାରୁ ରଂଜିତ କୁମାର ଷଢଙ୍ଗୀ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଲାଞ୍ଚ ଅଭିଯୋଗ ପରେ ଭିଜିଲାନ୍ସ ତଦନ୍ତ କରି ବିଇଓ ଅଫିସରେ କାର୍ଯ୍ୟରତ ସେକ୍ସନ ଅଫିସର ରଂଜିତ କୁମାର ଷଢଙ୍ଗୀଙ୍କୁ ଗିରଫ କରିଛି।