ପ୍ରଦୀପ ପାଣିଗ୍ରାହୀଙ୍କୁ ଆଶ୍ଵସ୍ତି, ଟାଟା ଠକେଇ ମାମଲାରୁ ଓହରିଲେ ୫ ଅଭିଯୋଗକାରୀ
ଓଏଲ୍ ବ୍ୟୁରୋ: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି। ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ନୂଆ ମୋଡ଼। ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ୫ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି। ଟାଟା କମ୍ପାନୀରେ ଚାକିରି କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ଅଭିଯୋଗ ହୋଇଥିଲା। ଦିନେ ଏହି ମାମଲାରେ ଜେଲ୍ ମଧ୍ୟ ଯାଇଥିଲେ ପ୍ରଦୀପ ପାଣିଗ୍ରାହୀ।
ପ୍ରଦୀପଙ୍କ ଓକିଲ କହିଛନ୍ତି, ବ୍ରହ୍ମପୁର ଜେଏମ୍ଏଫ୍ସି କୋର୍ଟରେ ୫ ଜଣ ଅଭିଯୋଗକାରୀ ଅଭିଯୋଗ ପ୍ରତ୍ୟାହାର ପାଇଁ କହିଛନ୍ତି। ପ୍ରଶାସନ ଓ ବିଜେଡି ଚାପରେ ଏତଲା ଦେଇଥିଲେ। ଗୋଳନ୍ଥରା ଥାନାରେ ଏତଲା ଲେଖି ଦସ୍ତଖତ କରିବାକୁ ବାଧ୍ୟ । ଘଟଣା ସମ୍ପୂର୍ଣ ମିଛ ବୋଲି କହିଲେ ଦୁଇ ଅଭିଯୋଗକାରୀ। ପ୍ରଦୀପଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ସାଂସଦଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ମିଛ।