Odisha Link
Bridging the Missing Links in Odisha

ହଠାତ୍‌ କାହିଁକି କ୍ରିକେଟରୁ ଅବସର ଘୋଷଣା କଲେ ଅଶ୍ବିନୀ? କୋହଲିଙ୍କୁ ଧରି କାନ୍ଦିଲେ…

ଓଏଲ୍‌ ବ୍ୟୁରୋ: କ୍ରିକେଟକୁ ବାଏ ବାଏ କଲେ ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ବିନୀ। ବର୍ଡର-ଗାଭାସ୍କର ଟ୍ରଫିର ମଝିରେ ଅଶ୍ବିନୀ ସମସ୍ତଙ୍କୁ ଚକିତ କରି ଇଣ୍ଟରନ୍ୟାଶନାଲ କ୍ରିକେଟରୁ ବିଦାୟ ନେଇଛନ୍ତି ଅଶ୍ବିନୀ। ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଶ୍ବିନୀଙ୍କ ୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ବ୍ରିସବେନ୍‌ ଟେଷ୍ଟ ଡ୍ର’ରେ ସମାପ୍ତ ହୋଇଛି। ମ୍ୟାଚ ଡ୍ର’ ଘୋଷଣା ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ରୋହିତ ଶର୍ମାଙ୍କ ଉପସ୍ଥିତିରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ ବରିଚନ୍ଦ୍ରନ ଅଶ୍ବିନୀ। ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା କହିଛନ୍ତି, ଯେବେ ମୁଁ ଭାରତରୁ ପର୍ଥ ଆସିଥିଲି। ସେବେ ଅଶ୍ବିନୀ ମୋତେ ଅବସର ନେବା କଥା କହିଥିଲେ। ଯଦି କୌଣସି ଖେଳାଳି କିଛି ନିଷ୍ପତ୍ତି ନେଉଛନ୍ତି ତେବେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ଉଚିତ। ରୋହିତ ଆହୁରି କହିଛନ୍ତି ଆସନ୍ତାକାଲି ଅଶ୍ବିନୀ ଭାରତ ପ୍ରତ୍ୟାବର୍ତ୍ତନ କରିବେ।

ସେ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଦ୍ବିତୀୟ ଖେଳାଳି ଭାବେ ଅଧିକ ଓ୍ବିକେଟ ନେଇଛନ୍ତି। କ୍ରିକେଟର ୩ଟି ଫର୍ଫାଟରେ ମୋଟ ୨୮୭ଟି ମ୍ୟାଚ ଖେଳିଛନ୍ତି ରବିଚନ୍ଦ୍ରନ ଅଶ୍ବିନୀ। ସେ ମୋଟ ୭୬୫ଟି ଓ୍ବିକେଟ ନେଇଛନ୍ତି। ସେ ଭାରତୀୟ ଦଳ ପକ୍ଷରୁ ଓ୍ବିକେଟ ନେବା ମାମଲାରେ କୁମ୍ବେଲଙ୍କ ପଛକୁ ରହିଛନ୍ତି। କୁମ୍ବଲେ ୯୫୩ଟି ଓ୍ବିକେଟ ନେଇଛନ୍ତି।

୧୦୬ ଟେଷ୍ଟ ଖେଳିଥିବା ଅଶ୍ବିନୀ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ସେ ଆଡିଲେଡରେ ଶେଷ ମ୍ୟାଚ ଖେଳିଥିଲେ। ଅଶ୍ବିନୀ ୩୭ ଥର ୫ ଓ୍ବିକେଟ ସଫଳତା ହାତେଇଛନ୍ତି। ସେ ସେନ୍‌ ଓ୍ବାର୍ଣ୍ଣଙ୍କ ସହିତ ସମକକ୍ଷ ହୋଇଛନ୍ତି ୫ ଓ୍ବିକେଟ ସଫଳତାରେ।

ଟେଷ୍ଟ କ୍ରିକେଟରେ ଅଶ୍ବନୀଙ୍କ ନାମରେ ୩୫୦୩ ରନ୍‌ ରହିଛି। ସେ ଟେଷ୍ଟ କ୍ରିକେଟରେ ୬ଟି ଶତକୀୟ ଇନିଂସ୍‌ ଖେଳିଥିବା ବେଳେ ୧୪ଟି ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତି।

Leave A Reply

Your email address will not be published.