ବର୍ଡର-ଗାଭାସ୍କର ଟ୍ରଫି ମଝିରେ ସନ୍ନ୍ୟାସ ନେଲେ ଅଶ୍ବିନୀ
ଓଏଲ୍ ବ୍ୟୁରୋ: ଇଣ୍ଟରନ୍ୟାଶନାଲ କ୍ରିକେଟକୁ ବାଏ ବାଏ କଲେ ଟିମ୍ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ ଅଶ୍ବିନୀ। ବର୍ଡର-ଗାଭାସ୍କର ଟ୍ରଫିର ମଝିରେ ଅଶ୍ବିନୀ ସମସ୍ତଙ୍କୁ ଚକିତ କରି ଇଣ୍ଟରନ୍ୟାଶନାଲ କ୍ରିକେଟରୁ ବିଦାୟ ନେଇଛନ୍ତି ଅଶ୍ବିନୀ। ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଶ୍ବିନୀଙ୍କ ୧୩ ବର୍ଷର ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ଦ୍ବିତୀୟ ଖେଳାଳି ଭାବେ ଅଧିକ ଓ୍ବିକେଟ ନେଇଛନ୍ତି।
୧୦୬ ଟେଷ୍ଟ ଖେଳିଥିବା ଅଶ୍ବିନୀ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି। ସେ ଆଡିଲେଡରେ ଶେଷ ମ୍ୟାଚ ଖେଳିଥିଲେ। ଅଶ୍ବିନୀ ୩୭ ଥର ୫ ଓ୍ବିକେଟ ସଫଳତା ହାତେଇଛନ୍ତି। ୫ ଓ୍ବିକେଟ ସଫଳତାରେ ସେ ସେନ୍ ଓ୍ବାର୍ଣ୍ଣଙ୍କ ସହିତ ସମକକ୍ଷ ହୋଇଛନ୍ତି।
ଟେଷ୍ଟ କ୍ରିକେଟରେ ଅଶ୍ବନୀଙ୍କ ନାମରେ ୩୫୦୩ ରନ୍ ରହିଛି। ସେ ଟେଷ୍ଟ କ୍ରିକେଟରେ ୬ଟି ଶତକୀୟ ଇନିଂସ୍ ଖେଳିଥିବା ବେଳେ ୧୪ଟି ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଛନ୍ତି।