Odisha Link
Bridging the Missing Links in Odisha

‘ଦୁଇ ମାସରେ ସରିବ ଆବାସ ସର୍ଭେ, ସମୀକ୍ଷା କରୁଛନ୍ତି ମନ୍ତ୍ରୀ’

ଓଏଲ୍‌ ବ୍ୟୁରୋ: ସରକାର ବାସହରାଙ୍କୁ ଜମି ଯୋଗାଇବା ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନେକ ଲୋକ ଆବାସ ପାଇଛନ୍ତି। ଆବାସରୁ ବଂଚିତ ଥିବା ଲୋକଙ୍କ ପାଇଁ ସରକାର ସର୍ଭେ ଆରମ୍ଭ କରିଛନ୍ତି। ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି। ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି। ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି। ଯେଉଁମାନେ ବି ଆବାସ ପାଇବାରୁ ବାଦ ପଡ଼ିଛନ୍ତି। କାହାକୁ ବାଦ ଦିଆଯିବ ନାହିଁ। ବ୍ୟବସ୍ଥା ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ଅଛି ବୋଲି ମନ୍ତ୍ରୀ କହିଛନ୍ତି।

ମନ୍ତ୍ରୀ କହିଛନ୍ତି, ଦୁଇ ମାସରେ ଆବାସ ସର୍ଭେ ସରିବ। ବିଭାଗର ଟ୍ରେନର ମାନେ ଗାଁ ଗାଁରେ ଲୋକଙ୍କୁ ଡାକି ସଚେତନ କରୁଛନ୍ତି। ଯିଏ ବଞ୍ଚିତ ହୋଇଛନ୍ତି, ଗରିବ ଅଛନ୍ତି, ବଞ୍ଚିତ ଅଛନ୍ତି, ସେମାନଙ୍କୁ ସାମିଲ କରାଯାଉଛି। ପୂର୍ବ ସରକାରରେ ଆକ୍ରୋଶ ମୂଳକ ଭାବେ ରାଜନୈତିକ ଅଭିସନ୍ଧି ରଖି ଗରିବ ମାନଙ୍କୁ ଆବାସ ତାଲିକାରୁ କାଟି ଦିଆଯାଉଥିଲା। ସର୍ଭେକୁ ବିଭାଗ ଅଧିକ ଗୁରୁତ୍ଵ ଦେଉଛି। ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତ ସମୟରେ ଆବାସ ସର୍ଭେର ସମୀକ୍ଷା କରୁଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ମଧ୍ୟ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆବାସ ବାବଦରେ ଆଲୋଚନା କରିବେ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ।

ସୂଚନା ଅନୁସାରେ, ଚଳିତ ବର୍ଷ ୧ ଲକ୍ଷ ୧୧ ହଜାର ୮୧୮ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଓଡ଼ିଶାରେ ୧୨ ଲକ୍ଷ ୬୨୧ଟି ଘର ନିର୍ମାଣ ଲକ୍ଷ୍ୟ ରହିଛି। ଗତ ୫ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ଏହି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥିରୁ ୧୧ ଲକ୍ଷ ୭୬ ହଜାର ୫୩ଟି ଗୃହ ମଞ୍ଜୁର ହୋଇଛି। ୭,୪୩, ୩୨୧ଟି ଗୃହ ନିର୍ମିତ ହୋଇଥିବାବେଳେ ୪ ଲକ୍ଷ ୩୨ ହଜାର ୭୩୨ ନିର୍ମାଣାଧୀନ ଅବସ୍ଥାରେ ରହିଥିବା ସୂଚନା ରହିଛି।

Leave A Reply

Your email address will not be published.