Odisha Link
Bridging the Missing Links in Odisha

ଖୁବ୍‌ଶୀଘ୍ର ନାରୀ କୈନ୍ଦ୍ରିକ ବିକାଶ ଦେଖିବ ଓଡ଼ିଶା, ବଡ଼ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: ମହିଳାଙ୍କୁ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ଉନ୍ମୁକ୍ତ କରିଛନ୍ତି। ଘରେ ଘରେ ସୁଭଦ୍ରା ଯୋଜନାକୁ ପହଂଚାଇବା ପାଇଁ ପ୍ରଚେଷ୍ଟା ପରେ ଲକ୍ଷପତି ଦିଦି ସୃଷ୍ଟି ନେଇ ଉପମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଟ୍ୱିଟ କରି ଉପମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାରେ ୩୦ଲକ୍ଷ ଲକ୍ଷପତି ଦିଦି ହେବେ। ମିଶନ ଶକ୍ତି ବିଭାଗ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରୁଛି।ଖୁବ୍‌ଶୀଘ୍ର ଓଡ଼ିଶା ନାରୀ କୈନ୍ଦ୍ରିକ ବିକାଶ ଦେଖିବ ବୋଲି ଉପମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ସୂଚନା ଥାଉକି, ଗତକାଲି ସନ୍ଧ୍ୟାରେ ମିଶନ୍ ଶକ୍ତି ବିଭାଗ ଦ୍ଵାରା ଆୟୋଜିତ ଏକ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ। ବିଭାଗର ସମସ୍ତ କାର୍ଯ୍ୟକୁ ସଠିକ୍ ଭାବରେ କାର୍ଯ୍ୟକାରୀ କାରାଇବା ସହ ଲକ୍ଷପତି ଦିଦି ଯୋଜନାକୁ ସଫଳତାର ସହ ରାଜ୍ୟରେ କାର୍ଯ୍ୟକାରୀ କରିବା ଦିଗରେ ବିସ୍ତୃତ ଆଲୋଚନା ହୋଇଥିବା ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.