ଏଥର ରାଜ୍ୟବ୍ୟାପୀ ଗୋଟିଏ ଦିନରେ ହେବ ପକ୍ଷୀ ଗଣନା: ପିସିସିଏଫ୍
ଓଏଲ୍ ବ୍ୟୁରୋ: ନୂଆ ସରକାର ଆସିବା ପରେ ସବୁଠି ନୂଆ ଯୋଜନାର ପରିକଳ୍ପନା ଜାରି ରହିଛି। ସବୁ କିଛି ନୂଆ ଢଙ୍ଗ ଓ ସଠିକ ଭାବରେ କରିବାକୁ ଚେଷ୍ଟା ଜାରି ରହିଥିବାବେଳେ ଏଥିରୁ ବାଦ ପଡିନି ପକ୍ଷୀ ଗଣନା। ବିଭିନ୍ନ ଅଭୟାରଣ୍ୟଠୁ ଆରମ୍ଭ କରି ଜଳଭଣ୍ଡାର ମୁହାଁଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା ପାଇଁ ବ୍ୟବସ୍ତା କରାଯାଉଛି ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।
ପିସିସିଏଫ୍ କହିଛନ୍ତି, ଜାନୁଆରୀ ୧୮ରେ ପକ୍ଷୀ ଗଣନା ହେବ। ୧୮ରେ ପକ୍ଷୀ ଗଣନା ପାଇଁ ୧୬ରୁ ପ୍ରକ୍ରିୟା ଆରମ୍ଭ ହେବ। ଏଥର ସାରା ରାଜ୍ୟରେ ଗୋଟିଏ ଦିନରେ ହେବ ଗଣନା। ଏହି ଗଣନାରେ ଫ୍ଲେମିଂଗୋର ଟ୍ରାକିଙ୍ଗ କରାଯିବ। ସେଥିପାଇଁ ୧୦ଟି ଫ୍ଲେମିଂଗୋରଙ୍କ ଗୋଡରେ ସାଟେଲାଇଟ ଟ୍ରାକିଙ୍ଗ ରିଙ୍ଗ ଲଗାଯିବ। ସାଟେଲାଇଟ୍ ଟ୍ରାକିଂ ରିଙ୍ଗ ଲଗାଗଲେ ପକ୍ଷୀ ସାଇବେରିଆରୁ ଆସୁଛନ୍ତି ନା ଆଉ କେଉଁ ଦେଶରୁ ଆସୁଛନ୍ତି, ତାହା ସହଜରେ ଅନୁଧ୍ୟାନ କରିହେବ।