ଆଜିଠୁ ୫ ଦିନିଆ ରାଜସ୍ଥାନ ଓ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆଜି ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତର ଶେଷ ଦିନ। ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହେବେ। ଅପରାହ୍ଣ ୩ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭୁବନେଶ୍ବର ଫେରିଆସିବେ। ସେଠାରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ରାଜସ୍ଥାନ ଯିବାର କାର୍ଯ୍ୟକ୍ରମ ରହିଛି। ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ ମୁଖ୍ୟମନ୍ତ୍ରୀ।
ଡିସେମ୍ବର ୨୧ରେ ଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି ୫୫ତମ GST ବୈଠକ। ଦିଲ୍ଲୀରେ ଆୟୋଜିତ ହେବା ଥିବା ଏହି ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜିଠୁ ୫ ଦିନିଆ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। ଆଜିଠୁ ୨୧ ଯାଏଁ ରାଜସ୍ଥାନରେ ରହିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପରେ ଦିଲ୍ଲୀରେ ୫୫ତମ GST ବୈଠକରେ ଯୋଗ ଦେବେ। ୨୩ ତାରିଖ ଦିନ ସେ ଦିଲ୍ଲୀରୁ ଭୁବନେଶ୍ୱର ଫେରିବେ ବୋଲି ସୂଚନା ରହିଛି।