Odisha Link
Bridging the Missing Links in Odisha

ଚାମ୍ପିୟନ୍ସ ଟ୍ରଫିକୁ ନେଇ ବଡ଼ ଖବର ଦେଲା ଆଇସିସି, ଭାରତ-ପାକିସ୍ତାନ ମ୍ୟାଚ୍‌ କେଉଁଠି ଖେଳାଯିବ ଜାଣନ୍ତୁ

ଓଏଲ୍‌ ବ୍ୟୁରୋ: ଚମ୍ପୟାନ୍ସ ଟ୍ରଫିକୁ ନେଇ ଆସିଲା ବଡ଼ ଖବର। ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଆସିଲା ବଡ଼ ଅପଡେଟ୍। ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆୟୋଜନ କରିବାର ଅଧିକାର ପାକିସ୍ତାନକୁ ମିଳିଥିଲେ ହେଁ ଭାରତ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସେଠାକୁ ଯିବ ନାହିଁ। ଓ ପାକିସ୍ତାନର ମ୍ୟାଚ୍‌କୁ ନେଇ ଆଜି ଆଇସିସି ବଡ଼ ଘୋଷଣା କରିଛି।

୨୦୨୫ରେ ଖେଳାଯିବାକୁ ଥିବା ଚମ୍ପିୟାନ୍ସ ଟ୍ରଫିିରେ ଭାରତ ଯିବ ନାହିଁ ପାକିସ୍ତାନ। ଭାରତର ସମସ୍ତ ମ୍ୟାଚ ଗୁଡ଼ିକୁ ନିରପେ ଭେନ୍ୟୁ ସମ୍ଭବତଃ ଦୁବାଇରେ ଅନୁଷ୍ଠିିତ ହେବ ବୋଲି ଘୋଷଣା କରିଛନ୍ତି ଆଇସିସି। ହାଇବ୍ରିଡ ମଡେଲରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିରେ ଭାରତର ମ୍ୟାଚ୍‌ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ହେବ। କିନ୍ତୁ ଟୁର୍ଣ୍ଣାମେଣ୍ଟର ବାକି ମ୍ୟାଚ୍‌ଗୁଡ଼ିକ ପାକିସ୍ତାନରେ ଖେଳାଯିବ।

ଆଇସିସି ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ୨୦୨୪-୨୦୨୭ ମଧ୍ୟରେ ଆଇସିସିର ସମସ୍ତ ଇଭେଣ୍ଟରେ ଭାରତ ଓ ପାକିସ୍ତାନର ମ୍ୟାଚଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳାଯିବ। ଭାରତୀୟ ଟିମ ପାକିସ୍ତାନ ଯିବ ନାହିଁ କିମ୍ବା ପାକିସ୍ତାନ ଟିମ ମଧ୍ୟ ଭାରତ ଆସିବ ନାହିଁ।

୨୦୨୫ ଫେବ୍ରୁଆରୀ-ମାର୍ଚ୍ଚରେ ଖେଳାଯିବ ଚମ୍ପିୟାନ୍ସ ଟ୍ରଫି। ଟୁର୍ଣ୍ଣାମେଣ୍ଟ ଅଧିକାର ପାକିସ୍ତାନ ପାଖରେ ଥିବାବେଳେ ସେହି ବର୍ଷ ମହିଳା ଦିନିକିଆ ବିଶ୍ବକପ୍‌ ଖେଳାଯିବ। ଯାହାର ହୋଷ୍ଟ ଭାରତ ରହିଛି। ସେହପରି ୨୦୨୬ ଆଇସିସି ଟି-୨୦ ବିଶ୍ବକପ୍‌ର ଆୟୋଜନ ଭାରତ-ଶ୍ରୀଲଙ୍କା ନିକଟରେ ରହିଛି। ଏହି ସବୁ ଟୁର୍ଣ୍ଣାମେଣ୍ଟରେ ଖେଳାଯିବାକୁ ଭାରତ-ପାକିସ୍ତାନ ମ୍ୟାଚ ଗୁଡ଼ିକ ନିରପେକ୍ଷ ଭେନ୍ୟୁରେ ଖେଳାଯିବ।

Leave A Reply

Your email address will not be published.