ଦୁର୍ଭାଗ୍ୟଜନକ ଆଜିର ଦିନ, ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ନାହିଁ ସ୍ଥାନ: ମନମୋହନ
ଓଏଲ୍ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ଜାରି ରହିଛି। ଶୀତ ଅଧିବେଶନ ଜାରି ରହିଥିବାବେଳେ ତଳେ ପଡ଼ିଗଲେ ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ। ଗୃହରେ ଥିବା ବେଳେ ସିଢ଼ିରୁ ପଡ଼ିଗଲେ ପ୍ରତାପ ଷଡ଼ଙ୍ଗୀ। ସିଢ଼ିରୁ ପଡିବା ପରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ସଂସଦରେ ରାହୁଲ ଗାନ୍ଧୀ ଠେଲି ଦେବାରୁ ତଳେ ପଡ଼ିଗଲି ବୋଲି ବାଲେଶ୍ୱର ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି।
ରାହୁଲଙ୍କ ଗାନ୍ଧିଙ୍କ ଆଚରଣ ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ କହିଛନ୍ତି, କ୍ଷମତାର ଅନ୍ଧ ହୋଇଛି କଂଗ୍ରେସ। ଗଣତନ୍ତ୍ର ପାଇଁ ଆଜିର ଦିନ ଦୁର୍ଭାଗ୍ୟଜନକ ଦିନ। ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ସ୍ଥାନ ନାହିଁ। ପ୍ରତାପ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି।
ଏହି ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅବଗତ କରାଇବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସହ ଫୋନ ଯୋଗେ କଥା ହେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଅନ୍ୟପଟେ, ଘଟଣା ସଂପର୍କରେ ସଫେଇ ଦେଇଛନ୍ତି ରାହୁଲ ଗାନ୍ଧି। ମକର ଦ୍ୱାର ପଟେ ସଂସଦ ଭିତରକୁ ଯିବା ପାଇଁ ରୋକାଯାଉଥିଲା। ଏହି ସମୟରେ ଠେଲାପେଲା ହୋଇଥିଲା। ଠେଲାପେଲା ବେଳେ ସାଂସଦ ପ୍ରତାପ ଷଡ଼ଙ୍ଗୀ ପଡ଼ି ଯାଇଥିଲେ।
ମଲ୍ଲୀକାର୍ଜୁନ ଖଡ଼ଗେ କହିଛନ୍ତି, ସଂସଦରେ ବିଜେପି ସାଂସଦ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଜୋରସୋର ବିରୋଧ କରିଥିଲେ। ପ୍ରବଳ ହଟଗୋଳ କାରଣରୁ ଉଭୟ ରାଜ୍ୟସଭା ଓ ଲୋକସଭା ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।।