Odisha Link
Bridging the Missing Links in Odisha

ଧାନ ମଣ୍ଡିକୁ ଦଲାଲମୁକ୍ତ କରିବାକୁ ପ୍ରୟାସ, କଡ଼ା ଚେତାବନୀ ଦେଲେ ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାର ଦଲାଲ ମୁକ୍ତ ଧାନ କିଣା, କଟନୀ ଛଟନୀ ରୋକିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟନୀ ଛଟନୀ ବନ୍ଦ ନହେଲେ କଡା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଧାନ ମଣ୍ଡିରେ ଚାଲିବନି ଆଉ ଦଲାଲ ରାଜ। ଦଲାଲ ମାନଙ୍କ ଉପରେ ନିଆଯିବ ଦୃଢ଼ ଆକ୍ସନ। ଯେଉଁ ଅଫିସର ଦଲାଲଙ୍କୁ ସହାୟତା କରିବେ, ତାଙ୍କୁ ବି ଛଡା ଯିବନି ବୋଲି ମନ୍ତ୍ରୀ କହିଛନ୍ତି।ବିଭାଗକୁ ଦୁର୍ନୀତିମୁକ୍ତ କରାଯିବ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।

ରାଜ୍ୟ ସରକାର ୩୧୦୦ ଟଙ୍କାରେ ଧାନ କିଣିବା ସହିତ ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ନିମନ୍ତେ ମଣ୍ଡିରେ ନୋଡାଲ ଅଧିକାରୀ, କଣ୍ଟ୍ରୋଲ ରୁମ, ପାଟ୍ରୋଲିଂ ବ୍ୟବସ୍ଥା ଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୃଙ୍ଖଳିତ ଭାବେ ଧାନ କିଣିବା ସହ ସମସ୍ତ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.