Odisha Link
Bridging the Missing Links in Odisha

ଦିଲ୍ଲୀରେ ଠେଲାପେଲା, ଭୁବନେଶ୍ବରରେ ପୋଡ଼ା ଜଳା

ଓଏଲ୍‌ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ଉଠୁଛି ପଡ଼ୁଛି ସଂସଦ। ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। ଯାହାକୁ କାଉଣ୍ଟର କରିବା ପାଇଁ ବିଜେପି ମଧ୍ୟ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲା। ହେଲେ ଆଜି ସଂସଦରେ ଏକ ଅଭବନୀୟ ଘଟଣା ଦେଖିବାକୁ ମିଳିଥିଲା।

ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପଟେ ଓଡ଼ିଶାର ବିରୋଧୀ ଦଳ ଆସନରେ ବସିଥିବା ବିଜୁ ଜନତା ଦଳ ଏହି ଘଟଣାକୁ ନିନ୍ଦା କରିଛି।

ଦିଲ୍ଲୀରେ ହୋଇଥିବା ଠେଲାପେଲା ପ୍ରସଙ୍ଗରେ ଭୁବେଶ୍ବରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରତିବାଦ କରାଯାଇଥିବା ବେଳେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଜେପି ଯୁୁବ ମୋର୍ଚ୍ଚା ସଭାପତି ଅଭିିଳାଷ ପଣ୍ଡାଙ୍କ ନେତୃତ୍ବରେ କଂଗ୍ରେସର ହିଂସ୍ର ଆଚରଣ ବିରୋଧରେ ପ୍ରତିବାଦ କରିଛି। ଏହି ଅବସରରେ ଶ୍ରୀ ପଣ୍ଡା କହିଛନ୍ତି, ନିଜକୁ ସମ୍ବିଧାନର ଢାଲ ଭିତରେ ଢଙ୍କେଇ ରଖୁଥିବା କଂଗ୍ରେସର ଅସଲ ଚେହେରା ଆଜି ଆଉ ଥରେ ପଦାରେ ପଡ଼ିଛି। ଏହି କାରଣ ଯୋଗୁଁ ଜନତା କଂଗ୍ରସେକୁ ଦେଶରୁ ନିର୍ଲିପ୍ତ କରି ଦେଇଛନ୍ତି।

ଆମ୍ବେଦକର ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହୋଇଥିଲା ଠେଲାପେଲା। ଏଥିରେ ବିଜେପିର ଦୁଇ ଜଣ ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ମୁକେଶ ରାଜପୁତ ଆହତ ହୋଇଛନ୍ତି। ଅଭିଯୋଗ ହେଉଛି ଯେ, କୁଆଡେ ରାହୁଲ ଗାନ୍ଧି ସେମାନଙ୍କୁ ଧକ୍କା ଦେଇଛନ୍ତି। ଏବେ ଏହି ଘଟଣାକୁ ନେଇ ରାଜନୀତି ଜୋର ଧରିଛି। ଅନ୍ୟପଟେ ଓଡ଼ିଶାର ବିରୋଧୀ ଦଳ ଆସନରେ ବସିଥିବା ବିଜୁ ଜନତା ଦଳ ଏହି ଘଟଣାକୁ ନିନ୍ଦା କରିଛି।

ସେହିପରି ବିଜେପି ଶୋଭାଯାତ୍ରା ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ହୋଇଥିଲେ କଂଗ୍ରେସ ଯୁବ ମୋର୍ଚ୍ଚା। ଛାତ୍ର କଂଗ୍ରେସ ନେତା ସୟିଦ୍‌ ୟାଶିର ନୱାଜଙ୍କ ନେତୃତ୍ୱରେ ଶତାଧିକ ଯୁବ ମୋର୍ଚ୍ଚା କର୍ମକର୍ତ୍ତା ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ତେବେ ରାସ୍ତାରେ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା। ସେଠାରେ ପୁଲିସ୍‌ ଓ କଂଗ୍ରେସ ଯୁବ ମୋର୍ଚ୍ଚା କର୍ମକର୍ତ୍ତାଙ୍କ ଭିତରେ ଠେଲାପେଲା ହୋଇଥିଲା। ବାବା ସାହେବ ଆମ୍ବେଦକରଙ୍କୁ ଯେଉଁଭଳି ଭାବେ ଗୃହମନ୍ତ୍ରୀ କହିିଛନ୍ତି ସେଥିପାଇଁ ସେ କ୍ଷମା ମାଗନ୍ତୁ ବୋଲି କହିଛନ୍ତି। ଏଥିସହିତ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି କଂଗ୍ରେସ ନେତା।

Comments are closed.