ବୋଟ୍ ବୁଡ଼ି ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ, ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ମୁମ୍ଵାଇ ଉପକୂଳରେ ବଡ଼ ଅଘଟଣ ଘଟି ଯାଇଛି। ବୋଟ ବୁଡ଼ିଯିବାରୁ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା ଅଧିକାରୀ ଥିବା ବେଳେ, ୧୦ ଜଣ ସାଧାରଣ ନାଗରିକ ଅଛନ୍ତି। ୧୦୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଏଲିଫେଣ୍ଟା କେଭସ୍ ଦେଖିବାକୁ ଯିବା ବେଳେ ବୋଟକୁ ଧକ୍କା ଦେଇଥିଲା ଅନ୍ୟ ଏକ ସ୍ପିଡ୍ ବୋଟ୍।
ବୋଟଟି ବୁଡିଯିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କୋଷ୍ଟ ଗାର୍ଡ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଥିଲା। ଏହି ଘଟଣାରେ ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ପାଇଁ ୨ ଲକ୍ଷ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କ ପାଇଁ ୫୦ ହଜାର ସହାୟତା ରାଶି ଘୋଷଣା କରିଛନ୍ତି।