Odisha Link
Bridging the Missing Links in Odisha

ଅଶ୍ବିନଙ୍କ ‘ଅଚାନକ ସନ୍ନ୍ୟାସ’ ପଛର ଅସଲ କାହାଣୀ କ’ଣ? ଭାରତ ଆସୁ ଆସୁ କହିଲେ ଏହି କଥା…

ଓଏଲ୍‌ ବ୍ୟୁରୋ: ରବିଚନ୍ଦ୍ରନ ଅଶ୍ବିନ ଇଣ୍ଟରନ୍ୟାଶନାଲ କ୍ରିକେଟରୁ ଅବସର ନେଇ ସାରିଛନ୍ତି। ହେଲେ ସନ୍ନ୍ୟାସ ପଛରେ ଛାଡ଼ି ଯାଇଛନ୍ତି ଅନେକ କାହାଣୀ। ଆଉ କିଛି ପ୍ରଶ୍ନ। ଅଶ୍ବିନଙ୍କ ଅବସରକୁ ନେଇ ନାନା କଥା ଆସୁଛି। ସବୁଠୁ ରୋଚକ କଥା ହେଲା ରୋହିତ, ଅଶ୍ବିନଙ୍କ ବୟାନ। ରୋହିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଅଶ୍ବିନ ଅବସର ନେବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇ ସାରିଥିଲେ। ଅଶ୍ବିନ କହିିଥିଲେ, ବଞ୍ଚିଥିବା କ୍ରିକେଟକୁ କ୍ଲବ କ୍ରିକେଟରେ ଦେଖାଇବି। ସୂଚନାଥାଉକି, ଆଇପିଏଲ୍‌ ୨୦୨୫ରେ ଅଶ୍ବିନୀ ଚେନ୍ନାଇ ସୁପର କିଙ୍ଗସ୍‌ ପକ୍ଷରୁ ନଜର ଆସିବେେ।

ଅଶ୍ବିନ ଆହୁରି କହିଥିଲେ ଯେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଅବସର ନିଷ୍ପତ୍ତି କଥା ନିଜ ପରିବାରକୁ ଜଣାଇଥିଲେ। ୧୮ ତାରିଖରେ ଗାବା ଟେଷ୍ଟ ଡ୍ର’ରେ ସମାପ୍ତ ହେବା ପରେ ସାମ୍ବାଦିକ ସମ୍ମିନଳୀରେ ଅଶ୍ବିନୀ ତାଙ୍କ ସନ୍ନ୍ୟାସ ନେବା କଥା କହିଥିଲେ। ଯାହା ଅଗଣିତ କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଥିଲା। ଅଶ୍ବିନଙ୍କ ଏଭଳି ନିଷ୍ପତ୍ତିରେ ଅଷ୍ଟ୍ରେଲିୟାର ଅଧିନାୟକ ପ୍ୟାଟ୍‌ କମିନ୍ସ ଓ ସ୍ପିନର ନାଥନ ଲିଅନ ଚକିତ ହୋଇଥିଲେ ମଧ୍ୟ। ସେହିପରି ସୁନୀଲ ଗାଭାସ୍କର କହିଥିଲେ ଯେ ସିରିଜ ମଝିରୁ ଏଭଳି ନିଷ୍ପତ୍ତି ନେବାର ନଥିଲା।

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣାର ଦିନକ ପରେ ଭାରତ ଫେରିଛନ୍ତି ସ୍ପିନ୍‌ ଲିଜେଣ୍ଡ ରବିଚନ୍ଦ୍ରନ୍‌ ଅଶ୍ୱିନ। ସେ ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ପୂର୍ବତନ ଭାରତୀୟ ସ୍ପିନରଙ୍କୁ ସ୍ୱାଗତ କରିବାକୁ ପ୍ରଶଂସକ, ପରିବାର ଏବଂ ଶୁଭେଚ୍ଛୁମାନେ ଏକତ୍ରିତ ହୋଇଥିଲେ। ଏହି ସମୟରେ ଅଶ୍ୱିନଙ୍କ ବାପା ତାଙ୍କୁ କୋଳେଇ ନେଇଥିଲେ।

ଆଜି ଘରକୁ ଫେରି ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ଯେ ଏହା ଅନେକ ଲୋକଙ୍କ ପାଇଁ ଭାବପ୍ରବଣ ମୁହୂର୍ତ୍ତ ଅଟେ। କିନ୍ତୁ ମୋ ପାଇଁ ଏହା ଏକ ଆରାମ ଏବଂ ସନ୍ତୋଷର ଏକ ବଡ଼ ଅନୁଭବ ବୋଲି ଅଶ୍ୱିନ କହିଛନ୍ତି। ସେ ସିଏସ୍‌କେ ପାଇଁ ଯେତେ ଦିନ ପର୍ଯ୍ୟନ୍ତ ପାରିବେ ଖେଳିବେ ବୋଲି କହିବା ସହ ତାଙ୍କ ସମୟ ସରିନାହିଁ, ବରଂ ଆରମ୍ଭ ହୋଇଛି ବୋଲି ଅଶ୍ୱିନ କହିଛନ୍ତି।

ତେବେ ରବିଚନ୍ଦ୍ରନ ଅଶ୍ବିନଙ୍କ ଅଚାନକ ସନ୍ନ୍ୟାସକୁ ନେଇ କଳ୍ପନାଜଳ୍ପନ ଲାଗି ରହିଛି। ଆଶା କରାଯାଉଛି ଯେ ଅଶ୍ବିନ ଅଚାନକ ସନ୍ନ୍ୟାସ ନେବାର କାହାଣୀ ଖୁବଶୀଘ୍ର ନିଜ ୟୁଟ୍ୟୁବ ଚ୍ୟାନେଲରେ କହିପାରନ୍ତି। ସବୁଠୁ ବଡ଼ ପ୍ରଶ୍ନ ହେଲା କ୍ୟାରିୟରର ଟପ୍‌ରେ ଥିବା ୩୮ ବର୍ଷିୟ ଅଶ୍ବିନ ପ୍ରକୃତରେ ସଠିକ୍‌ ସମୟରେ ସନ୍ନ୍ୟାସ ନେଇଛନ୍ତି କି? ଅଶ୍ବିନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁ ନଥିଲା କି? କ;ଣ ତାଙ୍କୁ ଜଣାଥିଲା କି ଆଗାମୀ ସମୟରେ ଭାରତୀୟ ଟେଷ୍ଟ କ୍ରିକେଟରେ ନିଜ ସ୍ଥିତି ଜାହିର କରିପାରିବେ ନାହିଁ

ସିରିଜ ମଝିରୁ ଅବସର ଘୋଷଣା କରିବା କିଛି ବଡ଼କଥା ନୁହେଁ। ମହେନ୍ଦ୍ର ସିଂ ଧୋନି ୨୦୧୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରଜର ଅଧାରୁ ହିଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ସେହିପରି ଅନୀଲ କୁମ୍ବଲେ ୨୦୦୮ ମସିହାରେ ସିରିଜ ଅଧାରୁ ସନ୍ନ୍ୟାସ ନେଇଥିଲେ। ସବୁଠୁ ବଡ଼କଥା ହେଲା ଅନୀଲ କୁମ୍ବଲେ, ଧୋନି ଓ ଅଶ୍ବିନ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଅଧାରୁ ହିଁ ସନ୍ନ୍ୟାସ ଘୋଷଣା କରିଛନ୍ତି।

୩୮ ବର୍ଷୀୟ ଅଶ୍ୱିନ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ଦ୍ବିତୀୟ ଅଧିକ ୱିକେଟ ଦଖଲକାରୀ ଖେଳାଳି। ସେ ଟେଷ୍ଟ କ୍ରିକେଟରେ ଦେଶ ପାଇଁ ୫୩୭ଟି ୱିକେଟ ନେଇଛନ୍ତି। ତାଲିକାରେ ୬୧୯ ୱିକେଟ ସହ ଅନୀଲ କୁମ୍ବଲେ ୧ନଂରେ ରହିଛନ୍ତି।

Leave A Reply

Your email address will not be published.