ଏସିଆନ୍ ଚାମ୍ପିୟନସିପ୍ରେ ସ୍ଵର୍ଣ୍ଣ ଜିତିଲେ ଓଡ଼ିଆ ଝିଅ ଜ୍ୟୋତ୍ସ୍ନା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ସୁନା ଝିଅ ଜ୍ୟୋତ୍ସ୍ନା ସବର। ଓଡ଼ିଶାର ଭାରୋତ୍ତୋଳିକା ଜ୍ୟୋତ୍ସ୍ନା ସବର ୪୦ କିଗ୍ରା ଓଜନ ବର୍ଗରେ ଦୋହା ଠାରେ ଆୟୋଜିତ ଏସିଆନ୍ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ପୂର୍ବରୁ ଅନେକ ଥର ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିବା ଓଡ଼ିଶାର ସୁନା ଝିଅ ଜ୍ୟୋତ୍ସ୍ନା ସବର ଏଥର ଦେଶକୁ ଗର୍ବିତ କରିଛନ୍ତି। ଏସିଆନ୍ ଚାମ୍ପିୟନସିପରେ ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିବା ସୁନା ଝିଅ ଜ୍ୟୋତ୍ସ୍ନା ସବରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇବା ସହ ଜ୍ୟୋତ୍ସ୍ନା ସବରଙ୍କ ପାଇଁ ରାଜ୍ୟ ତଥା ଦେଶ ଗର୍ବିତ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।