ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ପଛରେ ମନୁଷ୍ୟକୃତ ତ୍ରୁଟି
ଓଏଲ୍ ବ୍ୟୁରୋ: ହେଲିକପ୍ଟର ଦୁର୍ଘଟଣାରେ ୩ ବର୍ଷ ପୂର୍ବେ ଦେଶର ପ୍ରଥମ ସିଡିଏସ୍ ବିପିିନ ରାଓ୍ବତଙ୍କ ମୃୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ ହୋଇଛି ବଡ଼ ଖୁଲାସା। ସଂସଦରେ ଉପସ୍ଥାପିତ ହୋଇଥିବା ଷ୍ଟାଣ୍ଡିଂ କମିଟି ଅନ୍ ଡିଫେନ୍ସ ରିପୋର୍ଟରେ ପ୍ରକାଶ ପାଇଛଇ ଚାଞ୍ଚଲ୍ୟକର ତଥ୍ୟ। ଯାନ୍ତ୍ରିକ ତ୍ରୁଟି ନୁହେଁ ବରଂ ମନୁଷ୍ୟକତୃତ ତ୍ରୁଟି ଯୋଗୁଁ ଜେନେରାଲ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ହୋଇଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।
ଗତକାଲି ସଂସଦରେ ଷ୍ଟାଣ୍ଡିଂ କମିଟି ସମ୍ମୁଖରେ ୧୩ତମ ଡିଫେନ୍ସ ପ୍ଲାନ୍ ପିରିୟଡ ମଧ୍ୟରେ ଘଟିଥିବା ବିମାନ ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ସମୁଦାୟ ୩୪ଟି ଦୁର୍ଘଟଣା ତଥା ତାହାର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଉକ୍ତ ରିପୋର୍ଟରେ ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା ହେବାର କାରଣ ଉଲ୍ଲେଖ ଥିବା ବେଳେ ତାହା ମନୁଷ୍ୟକୃତ ବୋଲି ଉଲ୍ଲେଖ ଅଛି।
ସୂଚନାଥାଉକି ୨୦୨୧ରେ ହୋଇଥିବା ଦୁର୍ଘଟଣା ପରେ ପରେ ହୋଇଥିବା ତଦନ୍ତ ରିପୋର୍ଟରେ ସିଡିଏସ୍ଙ୍କ ହେଲିକପ୍ଟର ଖରାପ ପାଗ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଇଥିଲା। ସେତେବେଳେ ପ୍ରକାଶିତ ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଥିଲା।
୨୦୨୧ ମସିହା ଡିସେମ୍ବର ୮ ତାରିଖରେ ଜେନେରାଲ୍ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁରଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଥିଲେ ।