ସରିଲା ଲୋକସଭା ଶୀତ ଅଧିବେଶନ, ଶେଷ ଦିନରେ ପ୍ରବଳ ହଙ୍ଗାମା

ଓଏଲ୍ ବ୍ୟୁରୋ: ସଂସଦର ଶୀତ ଅଧିବେଶନ ସାରା ଦେଶର ରାଜନୀତିକୁ ଉଷ୍ମ କରିଛି। ବାବା ସାହେବ ଆମ୍ବେଦକରଙ୍କ ପ୍ରସଙ୍ଗରେ ରାଜ୍ୟସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ ତେଜିଛି ବିବାଦ। ଏହାକୁ ନେଇ କଂଗ୍ରେସ ସଂସଦରେ ପ୍ରତିବାଦ କରିଥିଲା। ଚଳିତ ଅଧିବେଶନର ଶେଷ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଚଳିତ ଅଧିବେଶନର ଶେଷ ଦିନରେ ପ୍ରବଳ ହଙ୍ଗାମା ଦେଖିବାକୁ ମିଳିଛି। ଆଜି ଅମିତ ଶାହଙ୍କ ମନ୍ତବ୍ୟକୁ ବିରୋଧ କରି ନାରାବାଜି ହୋଇଥିଲା। ନାରାବାଜି ପାଇଁ ଚାଲିପାରିଲାନି ଗୃହକାର୍ଯ୍ୟ। ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କଲେ ବାଚସ୍ପତି ଓମ୍ ବିର୍ଲା। ତେବେ ଆଜି ଲୋକସଭାର ଶୀତ ଅଧିବେଶନ ଶେଷ ହୋଇଛି।