Odisha Link
Bridging the Missing Links in Odisha

ଖୁବଶୀଘ୍ର ନୂଆ କୃଷିନୀତି ଆଣିବେ ସରକାର, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ବଦଳିବ କୃଷକର ଭାଗ୍ୟ। ରାଜ୍ୟ ସରକାର ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି କୃଷି ନୀତି। ଯେଉଁଥିରେ ଜୈବିକ ଚାଷ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଆଉ ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ପଦକ୍ଷେପ ନିଆଯିବ। ଖାଲି ସେତିକି ନୁହେଁ, ବିଦେଶରେ ଚାଦିବା ଥିବା ଖାଦ୍ୟଶସ୍ୟର ଉତ୍ପାଦନ ବଢାଇବା ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯିବ ବୋଲି ଉପ-ମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ସୂଚନା ଦେଇଛନ୍ତି।

ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ପଦକ୍ଷେପ ନିଆଯିବ। “ଆଡଭାନ୍ସିଂ ଇନକ୍ଲୁସିଭ ଆଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ ଇନ୍ ଓଡ଼ିଶା” ଶୀର୍ଷକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ। ସେ କହିଛନ୍ତି ଯେ, ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଦ୍ଵାରା ଲୋକଙ୍କ ସ୍ବାସ୍ଥ୍ୟ ଖରାପ ହେଉଛି। ତେଣୁ ବର୍ତ୍ତମାନ ସମୟରେ ଅଧିକରୁ ଅଧିକ ଜୈବିକ କୃଷି ପ୍ରତି ଚାଷୀ ମାନଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ଚାଷୀଙ୍କୁ ନିରନ୍ତର ଜଳସେଚନ ସୁବିଧା ଯୋଗାଇ ଦେଲେ ସେମାନଙ୍କ ଉତ୍ପାଦନ ବଢ଼ିବା ସହ ଆୟ ବୃଦ୍ଧି ପାଇବ। ଏହାଦ୍ବାରା ଦାଦନ ସମସ୍ୟା ମଧ୍ୟ ଦୂର ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.