Odisha Link
Bridging the Missing Links in Odisha

ଋଷରେ ୯/୧୧ ଭଳି ଆକ୍ରମଣ, ବଢ଼ୁଛି ମୃତ୍ୟୁ ସଂଖ୍ୟା

ଓଏଲ୍‌ ବ୍ୟୁରୋ: ଆମେରିକାରେ ହୋଇଥିବା ୯/ ୧୧ ଆକ୍ରମଣ ଭଳି ଘାତକ ଆକ୍ରମଣ ଋଷରେ ହୋଇଛି। ଋଷର କାଜାନ ସହରରେ ବଡ଼ ଡ୍ରୋନ୍‌ ଆକ୍ରମଣ ହୋଇଛି। ୟୁକ୍ରୋନ ତରଫରୁ ଏହି ଡ୍ରୋନ ଆକ୍ରମଣ ହୋଇଥିବା ସୂଚନା ରହିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି। ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି।

ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ଡ୍ରୋନ୍‌ଗୁଡିକ କିଭଳି ଭାବେ ଆସି ବିଶାଳ ବିଲ୍ଡିଂରେ ମାଡ଼ ହେଉଛି ଏବଂ ବିସ୍ଫୋରଣ ଘଟୁଛି। ତେବେ ୮ଟି ଡ୍ରୋନରୁ ଗୋଟିଏ ଡ୍ରୋନକୁ ନଷ୍ଟ କରାଯାଇଥିବା ନେଇ ଋଷ ରକ୍ଷା ମନ୍ତ୍ରଣାଳୟ ସୂଚନା ରହିଛି।

ଅନ୍ୟପଟେ କାଜାନର ମେୟାର କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଡ୍ରୋନ୍‌ ଆକ୍ରମଣ ଯୋଗୁ ସୋଭେତ୍ସକି, କିରୋସ୍କି ଓ ପ୍ରିଭୋଲଜସ୍କି ତିନୋଟି ଜିଲ୍ଲାର ଘରଗୁଡିକରେ ନିଆଁ ଲାଗି ଯାଇଛି। ଲୋକେ ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଥିସହ ଅନେକ ମୃତାହତ ହୋଇଥିବା କୁହାଯାଉଛି।

Leave A Reply

Your email address will not be published.