Odisha Link
Bridging the Missing Links in Odisha

ଜିଏସ୍‌ଟି କାଉନସିଲ୍‌ ବୈଠକ ଆରମ୍ଭ, ଏହି ସବୁ ଶସ୍ତା ହୋଇପାରେ…

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି ୫୫ତମ ଜିଏସ୍‌ଟି କାଉନ୍‌ସିଲ୍‌ ବୈଠକ। ରାଜସ୍ଥାନର ଜୈସଲମେର୍‌ରେ ଆରମ୍ଭ ହୋଇଛି ବୈଠକ। ଏହି ଜିଏସ୍‌ଟି ପରିଷଦ ବୈଠକରେ ରାଜ୍ୟର ସମସ୍ତ ଅର୍ଥମନ୍ତ୍ରୀ ଓ ସଚିବଙ୍କ ସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଭାଗ ନେଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝି ଯୋଗ ଦେଇଛନ୍ତି।

ବୈଠକରେ ସ୍ବିଗି ଓ ଜମାଟୋ ଭଳି ଫୁଡ୍ ଡେଲି ଭରୀ ପ୍ଲାଟ୍‌ଫର୍ମ ଗୁଡ଼ିକ ପାଇଁ ଜିଏସ୍‌ଟି ହାର କମାଯାଇପାରେ। ଏହା ହେଲେ ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ଶସ୍ତା ହୋଇପାରେ। ଏହି ଆପ୍‌ଗୁଡ଼ିକ ଉପରେ ଜିଏସ୍‌ଟି କମାଇପାରନ୍ତି ସରକାର।

ସେହିପରି ପାଣି ବୋତଲ ଓ ସାଇକଲେ ଉପରେ ମଧ୍ୟ ଟ୍ୟାକ୍ସ ଛାଡ଼ କରିବାକୁ ନିଷ୍ପତ୍ତି ନିଆଯାଇଛି। ଇଲେକ୍ଟ୍ରୋନିକ୍ ଯାନ ଉପରେ ଜିଏସ୍‌ଟି ହାର ବଢ଼ିପାରେ। ବୈଠକରେ ଜୀବନ ଏବଂ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଉପରେ ଟିକସ ହ୍ରାସ ନେଇ ଆଲୋଚନା ହୋଇପାରେ। ଲଗ୍‌ଜୁରୀ ହାତଘଣ୍ଟା, ଫୁଟ୍‌ୱେର, ପୋଷାକ ଉପରେ ଟିକସ ବୃଦ୍ଧି ନେଇ ମଧ୍ୟ ଆଲୋଚନା କରାଯିବା ସମ୍ଭାବନା ରହିଛି।

ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍‌କୁ ଟିକସ ଛାଡ ପାଇଁ ପ୍ରସ୍ତାବ ରଖାଯାଇଛି। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍‌କୁ ଜିଏସ୍‌ଟି ମୁକ୍ତ କରାଯାଇପାରେ।

Leave A Reply

Your email address will not be published.