ଜାନୁଆରୀରେ ମିଳିବ ସୁଭଦ୍ରା ଟଙ୍କା
ଓଏଲ୍ ବ୍ୟୁରୋ: ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍। ୨୦୨୫ ଜାନୁଆରୀ ମାସରେ ୨୦ଲକ୍ଷ ମହିଳା ହିତାଧିକାରୀଙ୍କୁ ଟଙ୍କା ମିଳିବ। ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ଟଙ୍କା ପାଇବେ ହିତାଧିକାରୀ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟର ତିନୋଟି କିସ୍ତିରେ ୮୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇଛନ୍ତି । ଆଗକୁ ଚତୁର୍ଥ ପର୍ଯ୍ୟାୟରେ ମୋଟ ୨୦ ଲକ୍ଷ ଆବେଦନକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାକୁ ଲକ୍ଷ ରଖାଯାଇଛି । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଜମିକୁ ନେଇ କାଗଜପତ୍ର ଯାଞ୍ଚ ପରେ ସମସ୍ତ ଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇ ପାରିବେ।
ସୁଭଦ୍ରା ଯୋଜନାର ସମୀକ୍ଷା ବୈଠକ ପରେ ପ୍ରଭାତୀ ପରିଡ଼ା କହିଛନ୍ତି, ବଣ୍ଡାଘାଟିର ସମସ୍ତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ସହାୟତା। କେହି ଜଣେ ହେଲେ ମହିଳା ଏଥିରୁ ବଞ୍ଚିତ ହେବେ ନାହିଁ । ବଣ୍ଡା ଘାଟିରେ ୧୨ ହଜାରରୁ ଉର୍ଦ୍ଧ୍ୱ ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଥିବା ବେଳେ ଏପର୍ଯ୍ୟନ୍ତ ୯୦୦୦ ମହିଳା ଟଙ୍କା ପାଇଛନ୍ତି। ବଳକା ୩୦୦୦ ମହିଳା ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି। ସେମାନଙ୍କର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ଟଙ୍କା ଆକାଉଣ୍ଟକୁ ପଠାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।