ପରଲୋକରେ ଭୁବନେଶ୍ବର ମଧ୍ୟର ପୂର୍ବତନ ବିଧାୟକ
ଓଏଲ୍ ବ୍ୟୁରୋ: ଆଉ ନାହାନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ବିଜୟ ମହାନ୍ତି। ଭୁବନେଶ୍ବର ମଧ୍ୟର ପୂର୍ବତନ ବିଧାୟକ ବିଜୟ କୁମାର ମହାନ୍ତିଙ୍କ ପରଲୋକ ହୋଇଛି। ସେ ୨୦୧୪ ମସିହାରେ ମଧ୍ୟ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୬୦ ବର୍ଷ ବୟସରେ ତାଙ୍କାର ପରଲୋକ ହୋଇଛି।
ରବିବାର ସକାଳୁ ବିଜୟ ମହାନ୍ତି ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଜୟ ହୃଦରୋଗରେ ପୀଡ଼ିତ ଥିବା ସୂଚନା ମିଳିଛି। ଡାକ୍ତରଖାନାରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
୨୦୦୯ ଏବଂ ୨୦୧୪ ମସିହାରେ ସେ ବିଜେଟି ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ମୃତ୍ୟୁ ପରେ ନିର୍ବାଚନମଣ୍ଡଳୀ ସମେତ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।