Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆ ଏସିଆ ବିଜୟୀ: ପ୍ରଥମ ଅଣ୍ଡର-୧୯ ମହିଳା ଏସିଆ କପ୍‌ ଟ୍ରଫି ହାତେଇଲା ଭାରତ

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲା ଭାରତୀୟ ଅଣ୍ଡର-୧୯ ମହିଳା କ୍ରିକେଟ ଦଳ। ଅଣ୍ଡର-୧୯ ମହିିଳା ଏସିଆ କପ୍‌ ଜିତିଲା ଭାରତ। ବାଂଲାଦେଶ ବିପକ୍ଷ ଫାଇନାଲ ମୁକାବିଲାରେ ଦମଦାର ପ୍ରଦର୍ଶନ କରି ଟାଇଟଲ ହାତେଇଛି ଭାରତୀୟ ମହିଳା ଦଳ। ବାଂଲାଦେଶକୁ ୪୧ ରନ୍‌ରେ ପରାସ୍ତ କରି ଅଣ୍ଡର-୧୯ ବିଶ୍ବକପ୍‌ ଜିତିଛି ଭାରତ। ଅଣ୍ଡର-୧୯ ଏସିଆ କପ୍‌ର ପ୍ରଥମ ସଂସ୍କରଣ ବିଜେତା ହୋଇଛି ଭାରତୀୟ ମହିଳା ଦଳ। ଅର୍ଦ୍ଧଶତକୀୟ ଇନିଂସ୍‌ ପାଇଁ ଗୋନଗାଡି ତ୍ରିଶା ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ।

ଫାଇନାଲ ମୁକାବିଲାରେ ବାଂଲାଦେଶ ଦଳ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଥିଲା। ଯାହାଫଳରେ ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା। ହେଲେ ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଦଳ ୭ ଓ୍ବିକେଟ ହରାଇ ମୋଟ ୧୧୭ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଦଳର ଓପନର ବ୍ୟାଟର ଗୋନଗାଡି ତ୍ରିଶା ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଥିଲେ। ଯାହାଫଳରେ ବାଂଲାଦେଶ ଆଗରେ ୧୧୮ ରନ୍‌ର ବିଜୟ ଲକ୍ଷ ରଖିଥିଲା ଭାରତ। ବାଂଲାଦେଶ ପକ୍ଷରୁ ଫର୍ଜାନା ଇସାମିନ ସର୍ବାଧିକ ୪ଟି ଓ୍ବିକେଟ ନେଇଥିଲେ।

୧୧୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ କରିବାକୁ ଓହ୍ଲାଇଥିଲା ବାଂଲାଦେଶ। ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂ ଆକ୍ରମଣରେ ବାଂଲାଦେଶ ବ୍ୟାଟିଂ ଲାଇନ୍‌ ଅପ୍‌ ଧ୍ବଂସ୍‌ ହୋଇଯାଇଥିଲା। ବୋଲିଂ ଓ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରି ବାଂଲାଦେଶକୁ ମାତ୍ର ୭୬ ରନ୍‌ରେ ଅଲଆଉଟ୍‌ କରିଥିଲା ଭାରତୀୟ ଦଳ। ଫାଇନାଲ ମ୍ୟାଚକୁ ୪୧ ରନ୍‌ରେ ଜିତି ଇତିହାସ ସୃଷ୍ଟି କରିଛି ଭାରତୀୟ ମହିଳା ଦଳ।

Leave A Reply

Your email address will not be published.