Odisha Link
Bridging the Missing Links in Odisha

କୁଏତ୍‌ରେ ଓଡ଼ିଆ ଲୋକଙ୍କୁ ଭେଟିଲେ ମୋଦି

ଓଏଲ୍‌ ବ୍ୟୁରୋ: କୁଏତ୍‌ରେ ଓଡ଼ିଆ ଲୋକଙ୍କ ସହିତ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଆ ଲୋକଙ୍କ ସହିତ ହାତ ମିଳାଇଲେ ଆଉ ଜୟ ଜଗନ୍ନାଥ କହି କଥା ହୋଇଥିଲେ। ଦୁଇ ଦିନିଆ କୁଏତ ଗସ୍ତରେ ଥିବା ମୋଦି ଗତକାଲି ଗଲଫ୍‌ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ।

କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି। ଜୟ ଜଗନ୍ନାଥରୁ ଆରମ୍ଭ କରି ପ୍ରବାସୀ ଭାରତୀୟ ଦିବସରେ ଭୁବନେଶ୍ବର ଆସିବାକୁୁ ବି ନିମନ୍ତ୍ରଣ କରିଥିଲେ ମୋଦି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ। ଏହାଦ୍ୱାରା ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ ବୋଲି ସେ କହିଥିଲେ।

ଦୁଇ ଦିନିଆ କୁଏତ ଗସ୍ତରେ ଥବା ମୋଦି ଗତକାଲି ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ। ଏହି ଅବସରରେ ହେଲୋ ମୋଦି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ତାଙ୍କୁ କୁଏତ୍‌ର ବାୟନ୍ ପ୍ୟାଲେସରେ ଗାର୍ଡ ଅଫ୍‌ ଅନର୍‌ରେ ସମ୍ମାନିତ କରାଯିବ।

Leave A Reply

Your email address will not be published.