Odisha Link
Bridging the Missing Links in Odisha

ନୂଆବର୍ଷରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ

ଓଏଲ୍‌ ବ୍ୟୁରୋ: ଜଗା ପ୍ରେମୀଙ୍କ ପାଇଁ ବଡ଼ ଖବର। ନୂଆବର୍ଷରୁ ଧାଡ଼ି ଦର୍ଶନ କରିବେ ଭକ୍ତ। ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବେ ଧାଡ଼ି ଦର୍ଶନ ପ୍ରକ୍ରିୟା। ୨୭ ଏବଂ ୨୮ ତାରିଖ ସୁଦ୍ଧା ପରିବର୍ତ୍ତନ ହେବେ ପୁରୁଣା ପ୍ରକ୍ରିୟା। ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିରରେ ଧାଡ଼ ଦର୍ଶନ ନେଇ ଶନିବାର ଦିନ ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିଥିଲେ ଆଇନ୍‌ମନ୍ତ୍ରୀ। ୨୭ ଏବଂ ୨୮ ତାରିଖ ସୁଦ୍ଧା ପୁରୁଣା ପ୍ରକ୍ରିୟାକୁ ପରିବର୍ତ୍ତନ କରାଯିବ। ଏହାପରେ ପରୀକ୍ଷା ମୂଳକ ଭାବେ ୩୦ ଏବଂ ୩୧ରେ ଧାଡି ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ରହିିଛି।

୨୦୨୫ ଜାନୁଆରୀ ପହିଲାରୁ ନିୟମିତ ଭାବେ ଧାଡି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବ। ସାତ ପାହାଚ ଦ୍ୱାର ଦେଇ ପ୍ରବେଶ ଏବଂ ଘଣ୍ଟି-ଗାରଦ ଦ୍ୱାଇ ଦେଇ ପ୍ରସ୍ଥାନ କରିବାର ବ୍ୟବସ୍ଛା କରାଯାଇଛି। ଘଣ୍ଟି ଦ୍ୱାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ବାହାରିବେ। ସେହିପରି ଗାରଦ ଦ୍ୱାରରେ ପୁରୁଷମାନେ ଦର୍ଶନ କରି ବାହାରିବେ ବୋଲି ସୂଚନା ରହିଛି।

Leave A Reply

Your email address will not be published.