ପୂର୍ତ୍ତମନ୍ତ୍ରୀଙ୍କ ବଡ଼ ଘୋଷଣା: କାଠଯୋଡ଼ିରେ ନିର୍ମାଣ ହେବ ଆଉ ୨ ବ୍ରିଜ୍

ଓଏଲ୍ ବ୍ୟୁରୋ: ଯାତ୍ରୀଙ୍କ ସୁବିଧା ସହ ଗମନାଗମନ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ବ୍ୟବସ୍ତା ଜାରି କରିଛନ୍ତି। ଅପହଞ୍ଚରେ ରାସ୍ତା ସୁବିଧାଠୁ ଆରମ୍ଭ କରି ମେଟ୍ରୋ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟ ଆଗେଇ ଚାଲିଛି। ଏସବୁ ଭିତରେ ଆଇନମନ୍ତ୍ରୀ ତଥା ପୂର୍ତ୍ତ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର କାଠଯୋଡ଼ି ନଦୀ ଉପରେରେ ଆଉ ୨ ବ୍ରିଜ୍ ନିର୍ମାଣ ହେବ।
ଜୁଡିସିଆଲ ଏକାଡେମୀ ରାସ୍ତାରୁ ତ୍ରିସୁଳିଆ ଯାଏ ୪ ଲେନ ବିଶିଷ୍ଠ ରାସ୍ତା ହେବ। ଏହା ସହ ଜୁଡିସିଆଲ ଏକାଡେମୀ ରାସ୍ତାରୁ ଯୋବ୍ରା ଯାଏ ୬ ଲେନ ବିଶିଷ୍ଠ ରାସ୍ତା ହେବ। ଏହା ସହ ଏସସିବି ଦ୍ୱିତୀୟ କ୍ୟାମ୍ପସ ୨୦୨୫ ସୁଦ୍ଧା ନସରିଲେ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ତଥା ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।