Odisha Link
Bridging the Missing Links in Odisha

ଆଉ ନାହାନ୍ତି ପ୍ରଖ୍ୟାତ ଫିଲ୍ମ ମେକର ଶ୍ୟାମ ବେନେଗଲ

ଓଏଲ୍‌ ବ୍ୟୁରୋ: ପରଲୋକରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ, ଚିତ୍ରନାଟ୍ୟ ଲେଖକ ଶ୍ୟାମ ବେନେଗଲ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ବେନେଗଲ ଦୀର୍ଘଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ପରପାରିକୁ ଚାଲି ଯାଇଥିବା ତାଙ୍କ ଝିଅ ପିଆ ବେନେଗଲ ସୂଚନା ଦେଇଛନ୍ତି।

୮ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ ଶ୍ୟାମ ବେନେଗଲ। ଫିଲ୍ମ ଜଗତ ପ୍ରତି ତାଙ୍କ ଅବଦାନ ପାଇଁ ଭାରତ ସରକାର ୧୯୭୬ରେ ବେନେଗଲଙ୍କୁ ପଦ୍ମଶ୍ରୀ ଓ ୧୯୯୧ରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୨୦୦୫ରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା। ୧୯୩୪ ଡିସେମ୍ବର ୧୪ ତାରିଖରେ ହାଇଦ୍ରାବାଦରେ ଜନ୍ମ ହୋଇଥିଲେ ଶ୍ୟାମ ବେନେଗଲ।

୧୯୬୬ରୁ ୧୯୭୩ ମଧ୍ୟରେ ଶ୍ୟାମ ବେନେଗଲ ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଆଆଇ)ରେ ଅଧ୍ୟାପନା କରିଥିଲେ। ସେ ଦୁଇ ଥର (୧୯୮୦-୮୩ ଓ ୧୯୮୯-୯୨) ଏହି ଅନୁଷ୍ଠାନର ଚେୟାରମ୍ୟାନ ରହିଥିଲେ।

Leave A Reply

Your email address will not be published.