ରାଜ୍ୟରେ ପୂରଣ ହେବ ଶିକ୍ଷକ ପଦବୀ, ହାଇକୋର୍ଟ ଦେଲେ କଡ଼ା ନିର୍ଦ୍ଦେଶ
ଓଏଲ୍ ବ୍ୟୁରୋ: କନିଷ୍ଠ ଶିକ୍ଷକ ଆଶାୟୀଙ୍କ ପାଇଁ ବଡ଼ ଖବର। ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଖାଲି ପଡିଛି ୬୩୦୦ କନିଷ୍ଠ ଶିକ୍ଷକ ପଦବୀ। ଶୀଘ୍ର ଏହି ପଦବୀ ଗୁଡିକ ପୂରକଃ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ, ବିଧାନସଭାର ଶୀତ ଅଧିବେଶନରେ ମନ୍ତ୍ରୀ କହିଥିଲେ, ରାଜ୍ୟରେ ଖାଲି ପଡ଼ିଛି ୩୦ ହଜାର ୫୪୦ ପ୍ରାଥମିକ ଶିକ୍ଷକ ପଦବୀ। ରାଜ୍ୟରେ ୧ ଲକ୍ଷ ୩୫ ହଜାର ୬୫୬ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦ ରହିଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪ ହଜାର ୨୮୩ ଶିକ୍ଷକ ପଦବୀ ଖାଲି ରହିଛି। ୧୬ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଚାଲୁ ରହିଛି।