Odisha Link
Bridging the Missing Links in Odisha

ପଞ୍ଚମ ଓ ଅଷ୍ଟମରେ ଫେଲ୍‌ ନହେବା ପ୍ରସଙ୍ଗ: ବଡ଼ ପ୍ରତିକ୍ରିୟା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ..

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ‘ନୋ ଡିଟେନସନ ପଲିସି’ (No Detention Policy) ଉଚ୍ଛେଦ କରାଯାଇଛି। ଏଣିକି ବାର୍ଷିକ ପରୀକ୍ଷାରେ ଫେଲ ହେଲେ ଆଉ ହେବନି କ୍ଲାସ ପଦୋନ୍ନତି। ଛାତ୍ରଛାତ୍ରୀଙ୍କ ପାଠପଢାରେ ସୁଧାର ଆଣିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କେନ୍ଦ୍ର ସରକାର ନୋ ଡିଟେନ୍‌ସନ ପଲିସି ଉଠାଇଛନ୍ତି। ପିଲାଙ୍କୁ ସ୍କୁଲକୁ ଆଣିବା ପାଇଁ ପୂର୍ଵରୁ ଏହି ନିୟମ ଥିଲା। ଏବେ ପିଲାମାନେ ସ୍କୁଲ ଆସି କଣ ଶିଖିଲେ ସମୀକ୍ଷା ହେବ। ରାଜ୍ୟମାନେ ନିଜ ହିସାବରେ ନିୟମ ଲାଗୁ କରିବେ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ନୋ ଡିଟେନସନ ପଲିସି (No Detention Policy)କୁ ଉଚ୍ଛେଦ କରାଯାଇଛି। ବର୍ତ୍ତମାନ ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ବାର୍ଷିକ ପରୀକ୍ଷାରେ ଫେଲ ହେଲେ ଛାତ୍ରଛାତ୍ରୀମାନଙ୍କୁ ଉପର କ୍ଲାସକୁ ପଦୋନ୍ନତି କରାଯିବ ନାହିଁ। ଅସଫଳ ଛାତ୍ରଛାତ୍ରୀମାନଙ୍କୁ ୨ ମାସ ମଧ୍ୟରେ ଆଉ ଏକ ପରୀକ୍ଷା ଦେବାକୁ ପଡିବ। ଯଦି ସେଥିରେ ସେମାନେ ପାସ୍ କରନ୍ତି ତେବେ ଉପର କ୍ଲାସକୁ ଯାଇପାରିବେ। କିନ୍ତୁ ଫେଲ ହେଲେ ସେହି କ୍ଲାସରେ ରହି ପୁଣି ଥରେ ପଢିବାକୁ ପଡିବ। ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ମଜଭୁତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ନୀତିର ଉଦ୍ଦେଶ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିଖିବାର କ୍ଷମତାକୁ ଆହୁର ଭଲ କରିବା ଓ ଶିକ୍ଷା ଗ୍ରହଣ ବ୍ୟବସ୍ଥାରେ ସୁଧାର ଆଣିବା।

ଶିକ୍ଷାଗତ ଅଧିକାର 2009 ଅଧିନରେ ଥିବା ‘ନୋ ଡିଟେନସନ ପଲିସି’ ଅନୁଯାୟୀ, ପ୍ରାଥମିକ ବିଦ୍ୟାଳୟ (ପ୍ରଥମରୁ ଅଷ୍ଟମ ଶ୍ରେଣୀ) ଶିକ୍ଷା ନ ସରିବା ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ଫେଲ କରାଯିବ ନାହିଁ କିମ୍ବା ବିଦ୍ୟାଳୟରୁ ବାହାର କରାଯିବ ନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ପରବର୍ତ୍ତୀ ଶ୍ରେଣୀକୁ ଉତୀର୍ଣ୍ଣ ହେବେ। ବର୍ତ୍ତମାନ ଏହି ନିୟମକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି।

Leave A Reply

Your email address will not be published.