ତେଲ ଟାଙ୍କିରେ ଠକେଇ, ସାବଧାନ କରାଇଲେ ଯୋଗାଣ ମନ୍ତ୍ରୀ..
ଓଏଲ୍ ବ୍ୟୁରୋ: ପ୍ରତିବର୍ଷ ୨୪ ଡିସେମ୍ବରରେ ‘ଜାତୀୟ ଉପଭୋକ୍ତା ଅଧିକାର ଦିବସ’ ପାଳନ କରାଯାଏ। ୧୯୮୬ରେ ଏହିଦିନ, ଉପଭୋକ୍ତା ସୁରକ୍ଷା ଆଇନ ୧୯୮୬ ରାଷ୍ଟ୍ରପତିଙ୍କ ସହମତି ଗ୍ରହଣ କଲା ଏବଂ କାର୍ଯ୍ୟକାରୀ ହେଲା। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାରର ଶୋଷଣ ଯେପରିକି ତ୍ରୁଟିପୂର୍ଣ୍ଣ ଦ୍ରବ୍ୟ, ସେବାରେ ଅଭାବ ଏବଂ ଅନ୍ୟାୟ ବାଣିଜ୍ୟ ପ୍ରଥା ବିରୁଦ୍ଧରେ ଗ୍ରାହକମାନଙ୍କୁ ସୁରକ୍ଷା ଯୋଗାଇବା।
ଗ୍ରାହକଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ କରାଯାଇଛି। ଏହି ଅଧିନିୟମ ଅନୁଯାୟୀ, ଯେକୌଣସି ଗ୍ରାହକ ଅନ୍ୟାୟ ବାଣିଜ୍ୟ ଉପରେ ଅଭିଯୋଗ କରିପାରିବେ। ଏଥିପାଇଁ ତାଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦିଆଯାଇଛି। ପୂର୍ବରୁ ବ୍ୟବସାୟ କାରବାରରେ ଅନେକ ହେର୍ଫେର୍ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଅଧିନିୟମ ପ୍ରସ୍ତୁତ କରାଯାଇଛି।
ରାଜ୍ୟସ୍ତରୀୟ ଜାତୀୟ ଉପଭୋକ୍ତା ଦିବସ ଅବସରରେ ତେଲ ଟାଙ୍କି ଓ ଗ୍ୟାସ୍ ଓଜନରେ ଗଫଲତି ହେଉଛି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି। ୩୭୧ ଟାଙ୍କିରେ କମ୍ ତେଲ ଆସୁଛି, ୫ ଲିଟର ନେଲେ ୩୦ରୁ ୪୦ ମିଲି କମ୍ ହେଉଛି। ୧୪ ଓ ୧୯ କେଜି ଗ୍ୟାସ୍ ଓଜନରେ ମଧ୍ୟ ଠକେଇ ହେଉଛି।୨୪ ବର୍ଷରେ ବ୍ୟବସ୍ଥା ଖରାପ ହୋଇ ଯାଇଛି ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି। ଏହି ବ୍ୟବସ୍ଥାକୁ ସଠିକ କରିବା ପାଇଁ ଜିଲ୍ଲା ଓ ରାଜ୍ୟସ୍ତରରେ କଞ୍ଜୁମର କୋର୍ଟକୁ ସଶକ୍ତ କରାଯିବ। ଆମକୁ ସଜାଡିବାକୁ ପଡ଼ିବ, ମୁଖ୍ୟମନ୍ତ୍ରୀ ଏହାକୁ ଗୁରୁତର ସହ ନେଇଛନ୍ତି ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।